September 22, 2026

Now Odisha

Now Odisha

ଟ୍ରମ୍ପ୍‌ଙ୍କ କାର୍ଯ୍ୟକ୍ରମ ପ୍ରସାରଣ ବନ୍ଦ କଲେ ଆମେରିକାର ପ୍ରମୁଖ ଟିଭି ନେଟ୍‌ଓ୍ବର୍କ

Spread the love

ହ୍ବାଇଟ୍‌ ହାଉସ୍‌ରେ ସିଏନ୍‌ଏନ୍‌ର ପ୍ରବେଶକୁ ନିଷେଧ କରାଯିବାର ପ୍ରତିବାଦରେ ଆମେରିକାର ପ୍ରମୁଖ ଟେଲିଭିଜନ ନେଟ୍‌ଓ୍ବର୍କଗୁଡ଼ିକ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାର୍ଯ୍ୟକ୍ରମଗୁଡ଼ିକର ଖବର ପ୍ରସାରଣ କରିବା ବନ୍ଦ କରିଛନ୍ତି। ଫଳରେ ଟ୍ରମ୍ପ୍‌ ପ୍ରଶାସନ ଏବଂ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ମଧ୍ୟରେ ମୁହଁାମୁହିଁ ସ୍ଥିତି ସୃଷ୍ଟି ହୋଇଛି। ରାଷ୍ଟ୍ରପତିଙ୍କ ଯେଉଁ କାର୍ଯ୍ୟକ୍ରମଗୁଡ଼ିକ ପାଇଁ ଗଣମାଧ୍ୟମଗୁଡ଼ିକର ମିଳିତ ପ୍ରବେଶ ଅଧିକାର ବା ଭିଡିଓ ଶେୟାର ବ୍ୟବସ୍ଥା ଥାଏ, ଟିଭି ପୁଲ୍‌ ସେସବୁ କାର୍ଯ୍ୟକ୍ରମ କଭର କରିବ ନାହିଁ ବୋଲି ଫକ୍ସ ନ୍ୟୁଜ୍‌ର ଓ୍ବାଶିଂଟନ ବ୍ୟୁରୋ ଚିଫ୍‌ ବ୍ର଼୍ୟାନ୍‌ ବୌଟନ୍‌ କହିଛନ୍ତି। ବୌଟନ୍‌ ଟେଲିଭିଜନ ପୁଲ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି।

error: Content is protected !!