September 24, 2026

Now Odisha

Now Odisha

ପାଖରେ ରଖନ୍ତୁ କ୍ୟାସ୍‌, ଏହି ଦିନ ଦେଶରେ ବନ୍ଦ ରହିବ UPI! ବଡ଼ ଘୋଷଣା କଲେ…

Spread the love

ୟୁପିଆଇ (UPI) ଚାର୍ଜକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବ୍ୟବସାୟୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି। ଏହାର ପ୍ରତିବାଦରେ ଫେଡେରେଶନ ଅଫ ଅଲ ଇଣ୍ଡିଆ ବ୍ୟାପାର ମଣ୍ଡଳ (FAIVM) ଏବଂ କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (CAIT) ଭଳି ପ୍ରମୁଖ ବ୍ୟବସାୟୀ ସଂଗଠନ ‘ନୋ ୟୁପିଆଇ ଡେ’ ପାଳନ କରିବାକୁ ଘୋଷଣା କରିଛନ୍ତି।

ଗାନ୍ଧୀ ଜୟନ୍ତୀ ଅବସରରେ ଆସନ୍ତା ୨ ଅକ୍ଟୋବରରେ ଏହି ପ୍ରତିବାଦ କାର୍ଯ୍ୟକ୍ରମ ପାଳନ କରାଯିବ। ଏହି ଦିନ ବ୍ୟବସାୟୀମାନେ ଗ୍ରାହକଙ୍କଠାରୁ ୟୁପିଆଇ ମାଧ୍ୟମରେ ପେମେଣ୍ଟ ଗ୍ରହଣ ନକରିବାକୁ ଆହୱାନ କରିଛନ୍ତି।

ଫଳରେ ୨ ଅକ୍ଟୋବରରେ ୟୁପିଆଇ ବଦଳରେ ଗ୍ରାହକମାନଙ୍କୁ ନଗଦ କିମ୍ବା କାର୍ଡ ମାଧ୍ୟମରେ ପେମେଣ୍ଟ କରିବାକୁ ପଡ଼ିପାରେ। ବ୍ୟବସାୟୀ ସଂଗଠନଗୁଡ଼ିକ ୟୁପିଆଇ ସହ ଜଡ଼ିତ ଚାର୍ଜକୁ ନେଇ ନିଜର ଆପତ୍ତି ଜଣାଇ ଏହି ପ୍ରତିବାଦ ଡାକରା ଦେଇଛନ୍ତି। ‘ନୋ ୟୁପିଆଇ ଡେ’ ମାଧ୍ୟମରେ ୟୁପିଆଇ ଚାର୍ଜ ପ୍ରସଙ୍ଗକୁ ସରକାର ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନଜରକୁ ଆଣିବା ବ୍ୟବସାୟୀ ସଂଗଠନଗୁଡ଼ିକର ଉଦ୍ଦେଶ୍ୟ ବୋଲି କୁହାଯାଇଛି।

error: Content is protected !!