ଜୁନ୍ ୯ ତାରିଖରୁ ମାଗଣା ବିଜୁଳି ପାଇବ


ବଡ଼ ଖବର; ଜୁନ୍ ୯ ତାରିଖରୁ ମାଗଣା ବିଜୁଳି ପାଇବ ଓଡ଼ିଶା. ବଡ଼ ଘୋଷଣା କଲେ ଫାଇଭ-ଟି ସଚିବଓଡ଼ିଶାରେ ରାଜନୀତି ମାହୋଲ ସରଗରମ ହେବାରେ ଲାଗିଛି । ଭୋଟରଙ୍କ ମନ ଜିତିବା ପାଇଁ ଶାସକ ଦଳ ସହ ବିରୋଧୀ ମଧ୍ୟ ଗୋଟି ଚଳାଉଛନ୍ତି । ବିଜେପି ରାଜ୍ୟରେ ମୋଦୀ ଗ୍ୟାରେଣ୍ଟି ପ୍ଲାନ ଚଳାଇଥିବା ବେଳେ ବିଜେଡି ମଧ୍ୟ ନବୀନ ଗ୍ୟାରେଣ୍ଟି ଦେଖାଇଛି । ଏହାଭିତରେ ରଘୁନାଥପାଲୀରେ ଏକ ବଡ଼ ଘୋଷଣା କରିଛି ବିଜୁ ଜନତା ଦଳ । ଜୁନ୍ ୯ ତାରିଖରୁ ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ଯୋଗାଇଦେବା ପାଇଁ ଘୋଷଣା କରିଛନ୍ତି ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ ।ଜୁନ୍ ୯ ତାରିଖ ଦିନରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ସନ୍ଧ୍ୟାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ଏବଂ ଏଥିରେ ଓଡ଼ିଶାକୁ ମାଗଣା ବିଜୁଳି ଯୋଗାଇବା ଇସ୍ତାହାରରେ ମୋହର ବାଜିବ ବୋଲି ପାଣ୍ଡିଆନ୍ ପ୍ରତିଶ୍ରୁତି ଦେଇଛନ୍ତି ।ରାଜ୍ୟ ସରକାର ଭାବରେ ଦାୟିତ୍ୱ ନେବାର ପ୍ରଥମ ଦିନରେ ହିଁ ଓଡ଼ିଶାକୁ ମାଗଣା ବିଜୁଳି ଯୋଗାଇ ଦେବାକୁ ଘୋଷଣା କରିଛି ବିଜେଡି । ଆସନ୍ତା ଜୁନ୍ ୯ ତାରିଖ ଦିନରେ ଶପଥ ନେବା ପରେ ସନ୍ଧ୍ୟାରେ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ହିଁ ଇସ୍ତାହାରରେ ଥିବା ପ୍ରତିଶ୍ରୁତି ପୂରଣ କରାଯିବ ବୋଲି ସୂଚନା ଦେଇଛନ୍ତି ଭିକେ ପାଣ୍ଡିଆନ୍ । ଜୁନ୍ ମାସର ବିଜୁଳି ବିଲ୍ ରାଜ୍ୟବାସୀଙ୍କୁ ଦେବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି । ତେବେ ରାଜ୍ୟବାସୀଙ୍କ ପାଇଁ ଏହା ‘ନବୀନ ଗ୍ୟାରେଣ୍ଟି’ ବୋଲି ପାଣ୍ଡିଆନ୍ ଦର୍ଶାଇଛନ୍ତି ।


error: Content is protected !!