ମୋର ଗାଁ ଗଣ୍ଡା(କବି ଶ୍ରୀ ଶମ୍ଭୁନାଥ ଦାସ, କୋଲକାତା)


ଚନ୍ଦନ ତିଳକ ତବ ମସ୍ତକ ଲଣ୍ଡାତବ ସେବା ପାଇଁ ଚେଲା ଗଣ୍ଡା ଗଣ୍ଡା ଖୁବ୍ ମସ୍ତ୍ ମସ୍ତ୍ ଖାଇ ଛେନା ମଣ୍ଡା ଗଡ଼ାଇ ପାଟିରୁ ଲାଳ ହେବାକୁ ଚେଲା-ଚାମଣ୍ଡା ବାନ୍ଧିଛନ୍ତି ଧାଡ଼ି ଦେଖି ତବ ଭଣ୍ଡାରର ହଣ୍ଡା ଧରିଅଛ ହସ୍ତେ ତବ ଚିକ୍କଣ ଧାରୁଆ ଖଣ୍ଡା ନାହିଁ ତ ଅଭାବ ତବ ସତେ ବଡ଼ପଣ୍ଡା କାହିଁପାଇଁ ମୋ’ ହାତରେ ଧରାଉଛ ଝଣ୍ଡା ନ ପାରିବି ଖାଇ ଆଉ ତବ ସିଝା-ଅଣ୍ଡା !ଚେହେରାଟା ମୋର ସିନା ଦେଖୁଅଛ ଭୁଣ୍ଡା ଚାଲିବାକୁ ନାହିଁ ବଳ ଗିଳିବାକୁ ଗେଣ୍ଡା ନୁହେଁ ଆଉ ତବ ପାଇଁ ସାଜିବାକୁ ଗୁଣ୍ଡା ନାହିଁ ବି ଲେଖନୀ ଖଡ୍ଗ ସବୁ ଏବେ ମୁଣ୍ଡା ମୋ’ ମୁଣ୍ଡରେ ମେଞ୍ଚା ମେଞ୍ଚା ତୁଷ ଆଉ କୁଣ୍ଡା ପାଲଟିଯାଇଛି ମୁହିଁ ଦୁନିଆରେ ହୁଣ୍ଡା ଏବେ ମୁଁ ଭାଙ୍ଗୁଛି ଖାଲି ମୋ’ ବାରି କଦଳୀ-ଭଣ୍ଡା ଆଉ ଧରିଅଛି ମୁହିଁ ମୋ’ ଘରର ବାରଣ୍ଡାଦେଖୁଅଛି ମମତାର ଜନ୍ମଭୂମି ମୋର ଗାଁ ଗଣ୍ଡା !! ଶମ୍ଭୁନାଥ ଦାସ(ମୁଖ୍ଯ ସମ୍ପାଦକ : ଅଭିଯାନ )ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା


error: Content is protected !!