୨ବର୍ଷରୁ ଉର୍ଦ୍ଧ୍ଵ ଜେଲ ଜୀବନ ପରେ ମୁକ୍ତ ହେଲେ ଢ଼ିଙ୍କିଆ ଜନ ଆନ୍ଦୋଳନର ନେତା ଦେବେନ୍ଦ୍ର ସ୍ୱାଇଁ


୨ବର୍ଷରୁ ଉର୍ଦ୍ଧ୍ଵ ଜେଲ ଜୀବନ ପରେ ମୁକ୍ତ ହେଲେ ଢ଼ିଙ୍କିଆ ଜନ ଆନ୍ଦୋଳନର ନେତା ଦେବେନ୍ଦ୍ର ସ୍ୱାଇଁ : ଅନ୍ୟାୟ ଦଣ୍ଡାଦେଶ ବିରୋଧରେ ଓଡ଼ିଶା ହାଇକୋର୍ଟରେ ତୁରନ୍ତ ଅପିଲ୍ କରାଯିବ।ଜିନ୍ଦଲ ବିରୋଧୀ ଆନ୍ଦୋଳନ ସଂହତି ମଞ୍ଚ,ଭୁବନେଶ୍ୱର, ତା ୧୬/୦୫: ଜଳ- ଜମି- ଜଙ୍ଗଲ ତଥା ଜୀବନ ଜୀବିକା ସୁରକ୍ଷା ପାଇଁ ଲଢି ଦୀର୍ଘ ୨ବର୍ଷରୁ ଅଧିକ ସମୟ ଜେଲରେ ଥିବା ଜିନ୍ଦଲ କମ୍ପାନୀ ବିରୋଧୀ ଢ଼ିଙ୍କିଆ ଜନ ଆନ୍ଦୋଳନର ନେତା ଦେବେନ୍ଦ୍ର ସ୍ୱାଇଁ ଗତକାଲି କୁଜଙ୍ଗ ସବଜେଲ୍ ରୁ ମୁକ୍ତ ହୋଇଛନ୍ତି । ଜିନ୍ଦଲ କମ୍ପାନୀ, ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ମିଳିତ ଷଡ଼ଯନ୍ତ୍ର ଫଳରେ ୨୦୨୧ ମସିହାରେ ତାଙ୍କ ନାମରେ ରୁଜ୍ଜୁ ହୋଇଥିବା ମିଛ ମକଦ୍ଦମା ( ଅଭୟଚାନ୍ଦପୁର ଥାନା ଏଫ୍.ଆଇ.ଆର୍ ୧୨୬/୨୦୨୨ ଓ କୁଜଙ୍ଗ ଅତିରିକ୍ତ ଜିଲ୍ଲା ଜଜଙ୍କ କେଶ୍ ସଂଖ୍ୟା ସି.ଟି ୧୦୭/୨୦୨୨) ଏବଂ ମିଛ ସାକ୍ଷୀ ବଳରେ ଗତ ୧୪ ମଇ’ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୨ ବର୍ଷ କାରାଦଣ୍ଡ ଓ ୧୦୦୦ ଟଙ୍କା ଜୋରିମାନା କରାଯାଇଥିଲା। ତାଙ୍କ ସହିତ ମାନସ ବର୍ଦ୍ଧନ, କୈଳାସ ଦାସ ଓ ଅଭୟ ମଲ୍ଲିକଙ୍କୁ ୬ ମାସ ଜେଲ୍ ଦଣ୍ଡାଦେଶ ହୋଇଥିଲା। ସେମାନେ ସେହିଦିନ ଜାମିନ୍ ରେ ମୁକ୍ତ ହୋଇଥିବା ବେଳେ ଦେବେନ୍ଦ୍ରଙ୍କ ଦୀର୍ଘ ୨ ବର୍ଷ କାରାବାସ ସମୟକୁ ହିସାବ କରି ଗତକାଲି ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି।ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରି ହୋଇଥିବା ଏହି ଅନ୍ୟାୟ କାରାଦଣ୍ଡାଦେଶ ବିରୋଧରେ ଓଡ଼ିଶା ହାଇକୋର୍ଟରେ ତୁରନ୍ତ ଅପିଲ୍ କରାଯିବା ସହିତ ଢ଼ିଙ୍କିଆ ଚାରି ଦେଶର ଜନସାଧାରଣଙ୍କ ଗଣତାନ୍ତ୍ରିକ ଓ ନ୍ୟାୟ ସଙ୍ଗତ ଆନ୍ଦୋଳନକୁ ମଧ୍ୟ ସମର୍ଥନ ଜାରି ରଖାଯିବ ବୋଲି ଢ଼ିଙ୍କିଆ ଚାରି ଦେଶରେ ଚାଲିଥିବା ଜିନ୍ଦଲ କମ୍ପାନୀ ବିରୋଧୀ ଜନ ଆନ୍ଦୋଳନ ସଂହତି ମଞ୍ଚ ପକ୍ଷରୁ ନରେନ୍ଦ୍ର ମହାନ୍ତି ଓ ପୋସ୍କୋ-ଜିନ୍ଦଲ ବିରୋଧୀ ଆନ୍ଦୋଳନର ମୁଖପାତ୍ର ପ୍ରଶାନ୍ତ ପାଇକରାୟ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।ନରେନ୍ଦ୍ର ମହାନ୍ତି,ଫୋନ୍: ୯୪୩୭୪୨୬୬୪୭


error: Content is protected !!