ଦକ୍ଷିଣ ନାଇଜେରିଆରେ ସୋମବାର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୨୫ ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ ମେମ୍ବର ସମେତ ମୋଟ ୩୨ ଜଣ ଥିଲେ । ଏହି ଘଟଣା ପରେ ତୁରନ୍ତ ବ୍ୟାପକ ସର୍ଚ୍ଚ ଏବଂ ରେସ୍କ୍ୟୁ ଅପରେସନ୍ ଆରମ୍ଭ କରାଯାଇଛି। ତେବେ ପ୍ରାଥମିକ ସୂଚନା ଅନୁସାରେ, ମୋଟ ୩୨ ଜଣଙ୍କ ମୃତ୍ୟୁ ହୋଇଛି ।
ନାଇଜେରିଆର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଫେଷ୍ଟସ୍ କେୟାମୋ (Festus Keyamo) ଏକ ବିବୃତ୍ତିରେ କହିଛନ୍ତି ଯେ ବିମାନଟି ନାଇଜେରିଆର ଆର୍ଥିକ ରାଜଧାନୀ ଲାଗୋସ୍ ଅଭିମୁଖେ ଏକ ନିୟମିତ ମିଶନରେ ଯାଉଥିବା ସମୟରେ ଓଣ୍ଡୋ ରାଜ୍ୟର ଇଗବୋକୋଡା (Igbokoda) ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ନାଇଜେରିଆନ୍ ଏୟାରଫୋର୍ସ ଏହି ବିମାନକୁ ATR-42 ଭାବରେ ଚିହ୍ନଟ କରିଛି ଏବଂ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଥିବା ନେଇ ସୂଚନା ଦେଇଛି।
ମନ୍ତ୍ରୀ କେୟାମୋଙ୍କ ଅନୁଯାୟୀ, ସ୍ଥାନୀୟ ସମୟ ସକାଳ ପ୍ରାୟ ୯ଟାରେ ବିମାନଟି ପ୍ରଥମେ ରୋଡାରରୁ ଗାଏବ ହୋଇଯାଇଥିଲା। ଏହା ଏଡୋ ରାଜ୍ୟର ବେନିନ୍ରୁ ଲାଗୋସ୍ ଯାଉଥିବା ବାଟରେ ଓଣ୍ଡୋ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଓଣ୍ଡୋ ଷ୍ଟେଟ୍ ପୋଲିସ କମାଣ୍ଡର ପ୍ରବକ୍ତା DSP ଅବାୟୋମି ଜିମୋ (Abayomi Jimoh) ଅକୁରେଠାରେ ଖବରଦାତାମାନଙ୍କୁ ଦୁର୍ଘଟଣା ବିଷୟରେ ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ଘଟଣା ସମ୍ପର୍କିତ ଅଧିକ ବିବରଣୀ ଏବେ ବି ସାମ୍ନାକୁ ଆସୁଛି ଏବଂ ସମଗ୍ର ପରିସ୍ଥିତିର ଯାଞ୍ଚ ପାଇଁ ଉଦ୍ୟମ ଜାରି ରହିଛି।
ଜିମୋ ଆହୁରି କହିଛନ୍ତି ଯେ, ପୋଲିସ କମାଣ୍ଡ ପକ୍ଷରୁ ସାଧାରଣ ଜନତା, ବିଶେଷ କରି ଇଗବୋକୋଡା ଏବଂ ଆଖପାଖ ଅଞ୍ଚଳର ଲୋକଙ୍କୁ ଶାନ୍ତ ରହିବାକୁ ଏବଂ କୌଣସି ଅପ୍ରମାଣିତ କିମ୍ବା ଗୁଜବ ଖବର ପ୍ରସାରଣ ନକରିବାକୁ ନିବେଦନ କରାଯାଇଛି। ବିଶ୍ୱସନୀୟ ତଥ୍ୟ ମିଳିବା କ୍ଷଣି ସାଧାରଣ ଜନତାଙ୍କୁ ସୂଚିତ କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।
ନାଇଜେରିଆନ୍ ଏୟାରଫୋର୍ସ କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ବିମାନଟି ବେନିନ୍ରୁ ଲାଗୋସ୍ ଅଭିମୁଖେ ଏକ ରୁଟିନ୍ ମିଶନରେ ଥିଲା। ସମ୍ପୃକ୍ତ ଆପାତକାଳୀନ ସେବା ଓ ଏଜେନ୍ସିଗୁଡ଼ିକ ସହ ମିଶି ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ୍କୁ ସଫଳ କରିବା ପାଇଁ ଏୟାରଫୋର୍ସ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ବୟାନରେ କୁହାଯାଇଛି ।

More Stories
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ଜନ୍ମଦିନ ଉପଲକ୍ଷେ ଅଖଣ୍ଡ ପ୍ରଦୀପ ପ୍ରଜ୍ୱଳନ |
ଡିଜିପି ଶ୍ରୀ ବିନୟତୋଷ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଏସ୍ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ନନ୍ଦିଗ୍ରାମ-ରେଜିନଗରରେ ୮୦% ମତଦାନ |