ଶ୍ରୀକୃଷ୍ଣ ଜନ୍ମଭୂମି


ମଥୁରା:(ଉତ୍ତର ପ୍ରଦେଶ):- ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ କଂସ ରାଜାଙ୍କର ବନ୍ଦୀଶାଳା l ଶ୍ରୀକୃଷ୍ଣଙ୍କର ଅଣନାତି ବଜ୍ରନାଭ ସେଠାରେ ଗୋଟିଏ ମନ୍ଦିର ନିର୍ମାଣ କରାଇଥିଲେ lବହୁଘାତ ପ୍ରତିଘାତ ପରେ ଖ୍ରୀ୧୯୫୮ କୃଷ୍ଣ କେଶବଦେବଙ୍କ ନାମରେ ଏହି ଭବ୍ୟ ମନ୍ଦିରଟିକୁ ଡାଲମିଆ ଓ ବିର୍ଲା ପରିବାରଙ୍କର ମିଳିତ ଉଦ୍ୟମରେ ନିର୍ମାଣ କରାଯାଇଥିଲା l ଗୀତାପ୍ରେସ ଗୋରେଖପୁରର ଆଧ୍ୟାତ୍ମିକ ଗୁରୁ ଶ୍ରୀ ହନୁମାନ ପ୍ରସାଦ ପୋଦ୍ଦାର ଏହାର ଶୁଭ ଉଦଘାଟନ କରିଥିଲେ lଗର୍ଭଗୃହରେ ଶ୍ରୀ କେଶବଦେବଙ୍କ ସମେତ ରାଧାକୃଷ୍ଣ, ଯୁଗଳ ଚରଣ ପାଦୁକା,ବିଜେ ପ୍ରତିମା, ପଞ୍ଚଜନ୍ୟ ପ୍ରଭୃତି ସ୍ଥାପିତ l ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏଠାକାର ମୁଖ୍ୟପର୍ବ lଜୟ ଶ୍ରୀ ରାଧେ କୃଷ୍ଣ କେଶବଦେବ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ lଓଁ ନମୋ ଭଗବତେ ବାସୁଦେବାୟ l🙏🔱🕉️🔱🙏


error: Content is protected !!