କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି କଲେଜ କର୍ତ୍ତୃପକ୍ଷ । ଛାତ୍ର ଅଶାନ୍ତି ସହ କଲେଜରେ ବୋମା ମାଡ ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି କଲେଜ କର୍ତ୍ତୃପକ୍ଷ । ବାରମ୍ବାର ଛାତ୍ର ଅଶାନ୍ତି ଏବଂ ବୋମା ମାଡ ପରେ କଲେଜ ପକ୍ଷରୁ ସାଇନ ଏ ଡ଼ାଇ ଘୋଷଣା କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ।
ସୂଚନା ଯେ, ଯାଜପୁରର ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏକାଧିକ ସ୍ଥାନରେ ଦୁର୍ବୃତ୍ତମାନେ ବୋମା ମାଡ କରିଥିବା ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଭି.ଏନ୍. କଲେଜ ପ୍ରିନ୍ସିପାଲଙ୍କ ବାସଭବନ ଆଗରେ ଦୁଇଟି ସ୍ଥାନରେ ବୋମା ମାଡ଼ କରାଯାଇଥିବା ସୂଚନା ମିଳିଛି । ସେହିଭଳି କଲେଜ ଗେଟ୍ ଆଗରୁ ଗୋଟିଏ ଅଫୁଟା ବୋମା ଜବତ ହୋଇଛି । ଆଜି ଭୋରରୁ ବୋମା ମାଡ କରାଯାଇଥିଲା ।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…