ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଙ୍ଗନୱାଡ଼ି ସୁପର ଭାଇଜର ଉମାରାଣୀ ବେହେରା ଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସିଡିପିଓ ଗୀତାଞ୍ଜଳି ବେହେରା ଅଧ୍ୟକ୍ଷତା କରିଥିଲେ। ସଭାରେ ଆଇନଜୀବି ହରପ୍ରସାଦ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ (ବିଏସଏସଓ) ରଶ୍ମୀ ପ୍ରକାଶିନୀ ଜାନି, ଡ଼ା. ମଧୁସୂଦନ ପାଣିଗ୍ରାହୀ, ଫାର୍ମାସିଷ୍ଟ ଜିତେନ୍ଦ୍ର ଦାଶ, ପୋଷଣ ବ୍ଲକ ସଂଯୋଜକ ବିଦ୍ୟାଧର ଗୌଡ଼ ପ୍ରମୁଖ ସମ୍ମାନିତ ଅତିଥିଭାବେ ମଞ୍ଚାସିନ ଥିଲେ। ଗର୍ଭବତୀ ଓ ପ୍ରସୂତୀ ମହିଳା, କିଶୋରୀ ବାଳିକା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ଯତ୍ନ ସମ୍ପର୍କରେ ସଭାରେ ସଚେତନତା କରାଯାଇଥିଲା। ଏହି ଅବସରରେ ଗୋଦ ଭରାଇ, ମୋ ଗେହ୍ଲାଝିଅ, ଅନ୍ନପ୍ରାସନ ଆଦି କାର୍ଯ୍ୟକ୍ରମ କରାଯାଇ ଉପସ୍ଥିତ ବହୁସଂଖ୍ୟକ ମହିଳାଙ୍କୁ ଉତ୍ସାହିତ କରାଯାଇଥିବା ବେଳେ ପୋଷକ ତତ୍ତ୍ୱରେ ଭରପୁର ରହିଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା। ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ଦାୟିତ୍ୱରେ ରହିଥିବା ପରିଦର୍ଶିକାଙ୍କ ସମେତ ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ଅତିଥିବୃନ୍ଦ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପରିଦର୍ଶିକା ଗୀତାଞ୍ଜଳି ଗୌଡ଼, ରଞ୍ଜନା ମିଶ୍ର, ଲକ୍ଷ୍ମୀ ଶବର, ରଶ୍ମିତା ଜାନି,ଅଙ୍ଗନୱାଡ଼ି କର୍ମୀ ପି.ବିଜୟଲକ୍ଷ୍ମୀ ପ୍ରମୁଖ ଅନ୍ୟ ଅଙ୍ଗନୱାଡ଼ି କର୍ମୀ ବୃନ୍ଦ ପରିଚାଳନା କରିଥିଲେ।

More Stories
କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି; ବଦଳିବ ଏହି ବିମାନବନ୍ଦର ନାମ, ମୋଦି…
ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍କା
ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!