October 9, 2026

Now Odisha

Now Odisha

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ  |

Spread the love

ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।ଏନେଇ ଶୁକ୍ରବାର ଦିଗପହଣ୍ଡି ଥାନାରେ ଏତଲା ହେବା ପରେ ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୪୩୨/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଟୁନା ଗୁରୁବାର ସନ୍ଧ୍ୟାରେ ଚାଞ୍ଚଡ଼ାପଲ୍ଲୀ ଗ୍ରାମ ମନ୍ଦିର ପାଖରେ ଠିଆ ହୋଇଥିବା ବେଳେ  କିଛି ଦୁବୃର୍ତ୍ତ ସେଠାରେ ପହଞ୍ଚି ତାଙ୍କୁ ଅତର୍କିତ ଭାବେ ଖଣ୍ଡାରେ ମୁଣ୍ଡ , ଗୋଡ ଓ ପାଦ କୁ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।ସ୍ଥାନୀୟ ଲୋକେ ଟୁନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ । ଖଣ୍ଡା ଚଟୋ ରେ ଟୁନା ଙ୍କ ଗୋଡ଼, ପାଦ ଓ ମୁଣ୍ଡ ଗଭୀର କ୍ଷତ ଲାଗିଛି । ଗତ ପ୍ରାୟ ୧ ମାସ ପୂର୍ବେ ଚାଷ ଜମିରେ ପାଣି ମଡାଇବାକୁ ନେଇ ଟୁନାଙ୍କ ସହ କିଛି ଲୋକ ଙ୍କ ବଚସା ହୋଇଥିଲା। ତାଙ୍କୁ ସେମାନେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ପରେ ଭଦ୍ର ଲୋକଙ୍କ ହସ୍ତକ୍ଷେପ ପରେ  ଆପୋଷ ସମାଧାନ ହୋଇଥିଲେ ମଧ୍ୟ ତାଙ୍କୁ ଖଣ୍ଡାରେ ଦୁବୃର୍ତ୍ତ ମାନେ ହତ୍ୟା ଉଦ୍ୟମ କରିଛନ୍ତି। ଦିଗପହଣ୍ଡି  ପୋଲିସ ଟିମ୍ ଗାଁ ରେ ପହଞ୍ଚି  ତଦନ୍ତ କରି ଫେରିଥିବା ଜଣାପଡ଼ିଛି ।

error: Content is protected !!