October 10, 2026

Now Odisha

Now Odisha

ପ୍ରସିଦ୍ଧ ୟୁଟ୍ୟୁବର୍‌ ଧ୍ରୁବ ରାଠୀ ଅଟକ: ଜନ୍ତରମନ୍ତରରେ CJPର ପ୍ରତିବାଦ ଆରମ୍ଭ

Spread the love

SIR ଏବଂ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ଦିଲ୍ଲୀର ଜନ୍ତରମନ୍ତରଠାରେ କକରୋଚ ଜନତା ପାର୍ଟି (CJP) ପକ୍ଷରୁ ପ୍ରତିବାଦ କରାଯିବାକୁ ଘୋଷଣା ହୋଇଛି। ଏହି ପ୍ରତିବାଦରେ ଯୋଗଦେବାକୁ ଥିବା ପ୍ରସିଦ୍ଧ ୟୁଟ୍ୟୁବର୍‌ ଧ୍ରୁବ ରାଠୀଙ୍କୁ ଗୁରୁଗ୍ରାମର ସେକ୍ଟର-୫୬ସ୍ଥିତ ତାଙ୍କ ଘରୁ ସକାଳ ପ୍ରାୟ ୮ଟାରେ ଦିଲ୍ଲୀ ପୁଲିସ ଅଟକ ରଖିଛି। ଧ୍ରୁବ ରାଠୀ ପୂର୍ବରୁ CJPର ପ୍ରତିବାଦକୁ ସମର୍ଥନ କରୁଛନ୍ତି। ଏହାସହ ସିଜେପିର ପ୍ରାୟ ୫୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ପୋଲିସ ଅଟକ ରଖିଛି। ତେବେ ଏହି ପ୍ରତିବାଦ ପାଇଁ ଦିଲ୍ଲୀ ପୋଲିସ ଅନୁମତି ଦେଇ ନ ଥିବା ସତ୍ତ୍ୱେ ଦଳର ନେତାମାନେ ପ୍ରଦର୍ଶନ କରିବାକୁ ଘୋଷଣା କରିଥିବାରୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ପ୍ରତିବାଦକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ  ସମେତ ରାଜଧାନୀର ବିଭିନ୍ନ ଅଞ୍ଚଳରେ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର ୨୬ ହଜାରରୁ ଅଧିକ ଯବାନ ମୁତୟନ ହୋଇଥିବା ଦାବି କରାଯାଇଛି। ନୂଆଦିଲ୍ଲୀରେ ୩୦୦ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇଥିବା ବେଳେ ପୋଲିସ କର୍ମଚାରୀମାନେ ବଡି କ୍ୟାମେରା ସହ ମୁତୟନ ହୋଇଛନ୍ତି।

ଜନ୍ତରମନ୍ତରର ଚାରି କିଲୋମିଟର ପରିଧିରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିବା ଏବଂ ୪୫ଟି ମେଟ୍ରୋ ଷ୍ଟେସନରେ ପ୍ରବେଶ ଓ ପ୍ରସ୍ଥାନ ସୁବିଧା ବନ୍ଦ ରହିଥିବା ମଧ୍ୟ ଖବରରେ ଉଲ୍ଲେଖ ରହିଛି। ଦିଲ୍ଲୀକୁ ଆସୁଥିବା ବିଭିନ୍ନ ରାସ୍ତାରେ ଯାଞ୍ଚ କଡ଼ାକଡ଼ି କରାଯାଇଥିବା କୁହାଯାଇଛି। ଏକାଠି ନହେବା, ନାରାବାଜି ନକରିବା ଏବଂ ସରକାରୀ ସମ୍ପତ୍ତିର କ୍ଷତି ନ ଘଟାଇବାକୁ ଲୋକଙ୍କୁ ଅନୁରୋଧ କରାଯାଉଛି।

error: Content is protected !!