October 10, 2026

Now Odisha

Now Odisha

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା

Spread the love

 ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛନ୍ତି।ମାମଲା ନଂ.୪୨୫/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ସୋମବାର ସନ୍ଧ୍ୟା ପ୍ରାୟ ୬ ଟାରେ ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ଶ୍ରୀ ତ୍ରିନାଥ ମନ୍ଦିର ପରିସରରେ  ଚାଲିଥିବା ଜୁଆଆଡ୍ଡା ପରିଚାଳନା କୁ କେନ୍ଦ୍ରକରି ୨ ଗୋଷ୍ଠୀ ଯୁବକ ଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏନେଇ ଗ୍ରାମର ଏସ.ଚିତ୍ରସେନ ରେଡ୍ଡୀ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ  ମକଦ୍ଦମା ରୁଜୁ କରିବା ସହ ଏନେଇ ତଦନ୍ତ ଚଳାଇଥିଲେ।ଜୁଆଖେଳ ଚାଲିଥିବା ବେଳେ ପ୍ରାୟ ୫ ଟି ବାଇକ ରେ ୧୫ ରୁ ଉର୍ଦ୍ଧ୍ବ  ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚି ଚିତ୍ରସେନ ଏବଂ ସେଠାରେ ଉପସ୍ଥିତ ଥିବା ଗୋଷ୍ଠୀର ସଦସ୍ୟ ମାନଙ୍କୁ ଧମକ ଦେଇ ଜୁଆଖେଳ ବନ୍ଦ କରିବାକୁ ଧମକ ଦେଇଥିଲେ। ସେମାନେ ଚିତ୍ରସେନ ଓ ତାଙ୍କ ସମର୍ଥକ ଙ୍କ ବେକ ରେ ଖଣ୍ଡା ଓ ଭୁଜାଲି ରଖି ପକେଟ ରୁ ପ୍ରାୟ ୧୨ ଶହ ଟଙ୍କା ଛଡ଼ାଇ ନେଇଥିଲେ। ଏଠି ଜୁଆଖେଳ ହୋଇପାରିବ ନାହିଁ।ସେମାନେ ଚଳାଉଥିବା ଜୁଆଆଡ୍ଡା ହିଁ ଚାଲିବ କହି ମନ୍ଦିର ର ପିତ୍ତଳ ନିର୍ମିତ ଦାନ ହୁଣ୍ଡି କୁ ଜବରଦସ୍ତ ନେଇଯାଇଥିଲେ। ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ପାଟିତୁଣ୍ଡ ଶୁଣି  କିଛି ଗ୍ରାମବାସୀ ଘଟଣାସ୍ଥଳ କୁ ଦୌଡ଼ି ଆସିବାରୁ ସେମାନେ ବାଇକ ଯୋଗେ ଚମ୍ପଟ ମାରିଥିଲେ।ଗଲାବେଳେ ଜଣେ ଯୁବକ ତାଙ୍କ ସୁଜକି ସ୍କୁଟି (ନଂ. ଓଡ଼ି୦୭ଏଏଫ୍ -୨୪୧୨) କୁ ତରବରରେ ଛାଡି ପଳାଇଥିବା ପୋଲିସ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ୨ ଟି ଖଣ୍ଡା ଓ ସ୍କୁଟି କୁ ଜବତ କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ଜରଡ଼ା ଥାନା କୋଳିହଳା  ଗ୍ରାମର ରାଜେଶ୍ୱର ବାଡ଼ତ୍ୟା ଓରଫ ରାଜୁ ଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଥିଲେ।

error: Content is protected !!