ପବିତ୍ର ଗୁରୁଦିବସ ଅବସରରେ ସେବାରେ ଜୀବନ ଏବଂ ସେବା ଓ ସଂସ୍କାର ପରିବାର ପକ୍ଷରୁ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ


ଜୟ ଜଗନ୍ନାଥ,ପବିତ୍ର ଗୁରୁଦିବସ ଅବସରରେ ସେବାରେ ଜୀବନ ଏବଂ ସେବା ଓ ସଂସ୍କାର ପରିବାର ପକ୍ଷରୁ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି- ଡ. ବଳରାମ ଦାସ,ସମ୍ମାନିତ ଅତିଥି ସରୋଜିନୀ ରଥ,ଶଶିକାନ୍ତ ରଥ,ସଙ୍କର୍ଷଣ ପ୍ରଧାନ,ସତ୍ୟନାରାୟଣ ମିଶ୍ର ଯୋଗ ଦେଇଥିଲେ।ବକ୍ତୃତା ପ୍ରତିଯୋଗୀତାରେ ନୁପୁର ନିର୍ଲିପ୍ତା ସାହୁ-ପ୍ରଥମ ସ୍ଥାନ,ସରବଜିତ ଜେନା -ଦ୍ଵିତୀୟ ସ୍ଥାନ,କ୍ଷେତ୍ରମୋହନ ପ୍ରଧାନ-ତୃତୀୟ ସ୍ଥାନ ଅଧିକାର କରିଥିଲେ।ସେମାନଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା।ଅନ୍ତିମ ସମୟରେ ଶ୍ରେଷ୍ଠ ଶିକ୍ଷକମାନଙ୍କୁ ମାନପତ୍ର ପ୍ରଦାନ କରି ଶ୍ରେଷ୍ଠ ଶିକ୍ଷକ ରୂପେ ସୁଶାନ୍ତ କୁମାର ସ୍ୱାଇଁ,ଅନଙ୍ଗ ଉଦୟ ବଳ,ଅର୍ଚନା ରାୟ,କୃଷ୍ଣପ୍ରିୟା ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା।ଜଗନ୍ନାଥଙ୍କ ଅନନ୍ତ ଯୁଗଳରେ ସେମାନଙ୍କ ଦୀର୍ଘ ନିରାମୟ ଜୀବନ କାମନା।


error: Content is protected !!