ଆଜି ଯୁକ୍ତ୨ ପରୀକ୍ଷା ଫଳ।


ଆଜି ଯୁକ୍ତ୨ ପରୀକ୍ଷା ଫଳ।ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ପରୀକ୍ଷା ଫଳ ରବିବାର ପ୍ରକାଶ ପାଇବ। ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ରେଜଲ୍ଟ ବାହାରିବ। ପରିଷଦ କାର୍ଯ୍ୟାଳୟରେ ଅପରାହ୍ଣ ୩ଟାରେ ଗଣଶିକ୍ଷା ବିଭାଗ ଓ ପରିଷଦର ଅଧିକାରୀମାନେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ଏହାପରେ ପରୀକ୍ଷାର୍ଥୀ www.orissaresults.nic.in ମାଧ୍ୟମରେ ସେମାନଙ୍କ ରେଜଲ୍ଟ ଜାଣିପାରିବେ। ଏଥିସହ ପରୀକ୍ଷାର୍ଥୀଙ୍କ ବିଦ୍ୟାଳୟ ଇ-ସ୍ପେସ୍ ଓ ଡିଜିଲକର୍ ମାଧ୍ୟମରେ ପରୀକ୍ଷା ଫଳ ଉପଲବ୍ଧ ହେବ।


error: Content is protected !!