ଭର୍ତ୍ତୃହରି ମହତାବଙ୍କୁ ଲୋକ ସଭା କାମଚଳା ବାଚସ୍ପତି ନିଯୁକ୍ତ କଲେ ରାଷ୍ଟ୍ରପତି


ଓଡ଼ିଶାର ବରିଷ୍ଠ ଲୋକ ସଭା ଏମପି ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସମ୍ବିଧାନର ଧାରା ୯୫ (୧) ଅନୁଯାୟୀ ତାଙ୍କୁ ଏହି ପଦବୀରେ ନିଯୁକ୍ତ କରାଯାଇଛି। ସେହିପରି ଲୋକ ସଭା ସଦସ୍ୟ କେ ସୁରେଶ, ଟି ଆର ବାଲୁ, ରାଧା ମୋହନ ସିଂ, ଫଗ୍ଗାନ୍ ସିଂ କୁଲାଷ୍ଟେ ଏବଂ ସୁଦୀପ ବନ୍ଦୋପାଧ୍ୟାୟ ସହକାରୀ କାମଚଳା ବାଚସ୍ପତି ଭାବେ କାର୍ଯ୍ୟ କରିବେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କରେନ ରିଜିଜୁ କହିଛନ୍ତି।


error: Content is protected !!