ସର୍ବସମ୍ମତି କ୍ରମେ ସପ୍ତଦଶ ବିଧାନସଭାର ବାଚସ୍ପତି ହୋଇଛନ୍ତି ସୁରମା ପାଢୀ। ସୁରମା ପାଢୀଙ୍କୁ ବାଚସ୍ପତି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝି ପ୍ରସ୍ତାବ ରଖିଥିଲେ । ଏହି ପ୍ରସ୍ତାବକୁ ସଂସଦୀୟ ବ୍ୟାପର ମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ସମର୍ଥନ କରିଛନ୍ତି । ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି।
ପ୍ରମିଳା ମଲ୍ଲିକଙ୍କ ପରେ ଦ୍ୱିତୀୟ ମହିଳା ବାଚସ୍ପତି ହୋଇଛନ୍ତି ସୁରମା ପାଢୀ। ସୁରମା ପାଢୀ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସୁରମା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଭଳି ଏକ ଆସନରେ ସେ ଦିନେ ବସିବେ ବୋଲି କେବେ ଭାବିନଥିଲେ। ନିରପକ୍ଷତାର ସହ ଗୃହ ପରିଚାଳନା କରିବେ ବୋଲି କହିଛନ୍ତି।
More Stories
ghhhjh
ସମ୍ବିଧାନର 8ମ ଅନୁଚ୍ଛେଦରେ କୋଶଳୀ ଭାଷାକୁ ସାମିଲ ପାଇଁ ଚିଠି…
ବାରବାଟୀରେ ODI ମ୍ୟାଚରେ ବିଭ୍ରାଟ ଘଟଣା…