ଭୁବନେଶ୍ୱର: ଜାଗା ମିଶନରେ ପଟ୍ଟା ଦେଇ ଘର ଭାଙ୍ଗି ଦେଲେ ସରକାର।ରାଜଧାନୀରୁ ଆସିଲା ପ୍ରଶାସନିକ ପ୍ରତାରଣାର ସାଂଘାତିକ ଚିତ୍ର। ଭୁବନେଶ୍ୱର ଭୌମନଗର ୩୬ନମ୍ବର ୱାର୍ଡ ରାମପୁର ‘ଖ’ ବସ୍ତିରେ ରହୁଥିବା ଅନୁସୂୟା ଦାସ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି। ଅନୁସୂୟା ତାଙ୍କ ସ୍ବାମୀଙ୍କ ସହ ରାମପୁର ଖ ବସ୍ତିରେ ଦୀର୍ଘ ୨୦ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବସବାସ କରୁଥିଲେ। ତେବେ ଜାଗା ମିଶନରେ ଗଲା ୧୮ତାରିଖରେ ଭୂମି ପ୍ରମାଣପତ୍ର ପାଇଥିଲେ ଅନୁସୂୟା। ଆଉ ଏବେ ତାଙ୍କ ଘରକୁ ବିଏମସି ୱାର୍ଡ ଅଫିସ ପାଇଁ ଭାଙ୍ଗିଥିବାର ସେ ସଂଗୀନ ଅଭିଯୋଗ ଆଣିଛନ୍ତି। ତେବେ ଅନୁସୂୟାଙ୍କ ଘର ସମେତ ଅନ୍ୟ ଏକ ଘର ବି ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି। ପ୍ରଥମେ ଭୂମିହୀନଙ୍କୁ ଜାଗା ଦେଇ ପରେ ଘର ଭାଙ୍ଗିଦେବା ଘଟଣାକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକ। କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ଘର ସହ କ୍ଷତିପୂରଣ ଦେବାକୁ ଦାବି ମଧ୍ୟ ହୋଇଛି। ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ
ପୋଲ ଉପରେ ୨ ଫୁଟର ପାଣି