Spread the love

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼ ଘଟଣାରେ ଅଭିଯୁକ୍ତଙ୍କ ପ୍ରାରମ୍ଭିକ ପଚରାଉଚରାରୁ ବଡ଼ ଖୁଲାସା ହୋଇଛି। ତଦନ୍ତ ଅନୁଯାୟୀ, ଅଭିଯୁକ୍ତଙ୍କ ପ୍ରଥମ ଟାର୍ଗେଟ ଟାଇଗର ଶ୍ରଫ ନଥିଲେ, ବରଂ ବଲିଉଡର ଅନ୍ୟ ଜଣେ ସେଲିବ୍ରିଟି ଥିଲେ। କିନ୍ତୁ ଅଭିଯୁକ୍ତମାନେ ପୂର୍ବରୁ ସ୍ଥିର କରିଥିବା ଟାର୍ଗେଟ ପାଖରେ ସହଜରେ ପହଞ୍ଚି ନପାରିବାରୁ ଟାଇଗର ଶ୍ରଫଙ୍କୁ ଟାର୍ଗେଟ୍‌ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।ପ୍ରାରମ୍ଭିକ ପଚରାଉଚରାରୁ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ଟାଇଗରଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଅଭିଯୁକ୍ତମାନେ ସୋସିଆଲ ମିଡିଆର ସହାୟତା ନେଇଥିଲେ। ଟାଇଗର ଏବଂ ତାଙ୍କ ପ୍ରଶଂସକଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ୍ରେ ଥିବା ରିଲ୍ସ ଓ ପୋଷ୍ଟ ମାଧ୍ୟମରେ ଅଭିଯୁକ୍ତମାନେ ତାଙ୍କ ଗତିବିଧି ଏବଂ ପୋଲିସ ସୁରକ୍ଷା ସମ୍ପର୍କିତ ସୂଚନା ପାଇଥିଲେ। ତେବେ ପ୍ରଥମେ କେଉଁ ସେଲିବ୍ରିଟିଙ୍କୁ ଟାର୍ଗେଟ କରିବାକୁ ଯୋଜନା ହୋଇଥିଲା, ତାଙ୍କ ପରିଚୟ ଏଯାଏ ସାମ୍ନାକୁ ଆସିନାହିଁ।

ପ୍ରାରମ୍ଭିକ ପଚରାଉଚରାରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଅଭିଯୁକ୍ତମାନଙ୍କ ଉଦ୍ଦେଶ୍ୟ କେବଳ ଅଭିନେତାଙ୍କ ଉପରେ ଆକ୍ରମଣ କରିବା ନଥିଲା, ବରଂ ବଲିଉଡରେ ଆତଙ୍କ ସୃଷ୍ଟି କରିବା ଥିଲା। ଆକ୍ରମଣର ଷଡ଼ଯନ୍ତ୍ର କିପରି ରଚାଯାଇଥିଲା, ଅଭିଯୁକ୍ତମାନେ କିପରି ସୂଚନା ପାଇଥିଲେ ଏବଂ ଏହି ଷଡ଼ଯନ୍ତ୍ରରେ ଅନ୍ୟ କେହି ସାମିଲ ଥିଲେ କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

ପ୍ରକୃତରେ, ଟାଇଗର ଶ୍ରଫଙ୍କ ସହ ଜଡ଼ିତ ଏହି ଘଟଣା ମୁମ୍ବାଇର ଜୁହୁ ଅଞ୍ଚଳରେ ଘଟିଥିଲା। ପୋଲିସ ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ଫୁଟବଲ ମ୍ୟାଚ ଖେଳିବା ପରେ ଟାଇଗର ନିଜ କାର୍‌ରେ ଯାଉଥିବା ସମୟରେ ତାଙ୍କ କାର୍‌ ଉପରକୁ ଏକାଧିକ ରାଉଣ୍ଡ ଗୁଳିମାଡ଼ କରାଯାଇଥିଲା। ଏହି ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିପଡ଼ିଥିଲା।

ପ୍ରକୃତରେ, ଟାଇଗର ଶ୍ରଫ୍ଙ୍କ ସହ ଜଡ଼ିତ ଏହି ଘଟଣା ମୁମ୍ବାଇର ଜୁହୁ ଅଞ୍ଚଳରେ ଘଟିଥିଲା। ପୁଲିସ ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ରେ ଫୁଟବଲ ମ୍ୟାଚ ଖେଳିବା ପରେ ଟାଇଗର ନିଜ କାର୍‌ରେ ଯାଉଥିବା ସମୟରେ ତାଙ୍କ କାର୍‌ ଉପରକୁ ଏକାଧିକ ରାଉଣ୍ଡ ଗୁଳିମାଡ଼ କରାଯାଇଥିଲା। ଏହି ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିପଡ଼ିଥିଲା।

ଏହି ମାମଲାରେ ପୋଲିସ ରେହାନ, ଫୁଲ ସିଂହ ଏବଂ ଋତିକ କୁମାରଙ୍କୁ ରାଜସ୍ଥାନର କୋଟାରୁ ଗିରଫ କରିଥିଲା। ତିନିଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ସମେତ ଅନ୍ୟାନ୍ୟ ଗୁରୁତର ଅଭିଯୋଗ ଲାଗିଛି।

error: Content is protected !!