ବଡଭାଇର ଟାଙ୍ଗିଆ ଚୋଟ ରେ ସାନ ଭାଇ ମୃତ।


ବଡଭାଇର ଟାଙ୍ଗିଆ ଚୋଟ ରେ ସାନ ଭାଇ ମୃତ।
Date – 22.8.24
Place – ଭଞ୍ଜନଗର
Reporter –
Format – avb
Anchor – ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ନୂଆ ବାଙ୍କତରା ଗ୍ରାମରେ ଅଭାବନୀୟ ଘଟଣା।ଗୋଷ୍ଠୀ ସଂଘର୍ଷ ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ହୋଇଛନ୍ତି।ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ। ମୃତକ ହେଲେ କବିରାଜ ଗୌଡ଼ (45)। ସୂଚନା ମୁତାବକ କବିରାଜ ନିଜ ପୁଅ ସହ ମିଶି ଜମିକୁ ପାଣି ମଡାଇବାକୁ ଯାଇଥିବା ବେଳେ ପୂର୍ବରୁ କବିରାଜଙ୍କ ଭାଇ ଦେବ ଗୌଡ଼ ପରିବାର ସହ ମିଶି ଜମିରେ କାମ କରୁଥିଲେ। କବିରାଜ ନିଜ ଜମିକୁ ପାଣି ମଡ଼ାଇ ବାକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ କଳହ ହୋଇଥିଲା।ବଚସା ପରେ ଉଗ୍ରରୂପ ନେଇଥିଲା। ଠେଙ୍ଗା କୁରାଡ଼ି ଧରି ଉଭୟଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ଚାଲିଥିଲା।ସଂଘର୍ଷ ରେ ପାଞ୍ଚ ଜଣ ରତାକ୍ତ ହୋଇଥିଲେ। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଗୁରୁତର ଙ୍କୁ ଉଦ୍ଧାର ଭଞ୍ଜନଗର ମେଡ଼ିକାଲରେ ଭର୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କବିରାଜ ଙ୍କ ମୃତ୍ୟୁ ହୋଇଛି। ତାରାସିଂ ପୋଲିସ ଦୁଇଟି କୁରାଢ଼ୀ ଜବତ କରି ଘଟଣାର ତଦନ୍ତ କରୁଛି।


error: Content is protected !!