ଆଜି ଭୁବନେଶ୍ୱର ସ୍ଥିତ ପୂର୍ବତନ ଛତିଶଗଡର ରାଜ୍ୟପାଳ ବିଶ୍ଵଭୁଷଣ ହରିଚନ୍ଦନଙ୍କ ବାସଭବନରେ, ଡ଼ଃ ମହେଶ୍ୱରଙ୍କ ଲିଖିତ ଟେଲିଭିଜନ ସାମ୍ବାଦିକତା ପୁସ୍ତକର ତୃତୀୟ ସଂସ୍କରଣ ଉନ୍ମୋଚନ


ଆଜି ଭୁବନେଶ୍ୱର ସ୍ଥିତ ପୂର୍ବତନ ଛତିଶଗଡର ରାଜ୍ୟପାଳ ବିଶ୍ଵଭୁଷଣ ହରିଚନ୍ଦନଙ୍କ ବାସଭବନରେ, ଡ଼ଃ ମହେଶ୍ୱରଙ୍କ ଲିଖିତ ଟେଲିଭିଜନ ସାମ୍ବାଦିକତା ପୁସ୍ତକର ତୃତୀୟ ସଂସ୍କରଣ ଉନ୍ମୋଚନ ହୋଇଯାଇଛି | ଏହି ଅବସରରେ ପୂର୍ବତନ ରାଜ୍ୟପାଳ ବିଶ୍ୱଭୁଷଣ ହରିଚନ୍ଦନ ଏହି ପୁସ୍ତକଟିକୁ ଉଦଘାଟନ କରିବା ସହ, ବହିଟି ସାମ୍ବାଦିକତା କ୍ଷେତ୍ରରେ ମାର୍ଗ ଦର୍ଶିକା ହେବ ବୋଲି କହିଥିଲେ | ଏବଂ ସମସ୍ତ ସାମ୍ବାଦିକତା ଛାତ୍ର ଛାତ୍ରୀ ମାନଙ୍କୁ ଅନେକ ନୂଆ ଜ୍ଞାନ କୌଶଳ ଯୋଗାଇବାରେ ସହଯୋଗ କରିବ | ଏହି ଉଦଘାଟନ ଅବସରେ
ସମ୍ମାନିତ ଅତିଥି ଭାବେ ପୂର୍ବତନ ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦେଶକ ଡ଼ଃ କାଶୀନାଥ ନାୟକ ମଧ୍ୟ ଉପସ୍ଥିତ ଥିଲେ | ସେ କହିଥିଲେ ଟେଲିଭିଯନ ସାମ୍ବାଦିକତା ପୁସ୍ତକଟି ରାଜ୍ୟର ସମସ୍ତ ସାମ୍ବାଦିକ ମାନେ ପଢିବା ଆବଶ୍ୟକ | ଏହି ପ୍ରରିପେକ୍ଷୀରେ ପୁସ୍ତକର ଲେଖକ ଡ଼ଃ ମହେଶ୍ୱର ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅଥିତିଙ୍କୁ ଧନ୍ୟବାଦ ଦେବା ସହ ପୁସ୍ତକଟି ସମସ୍ତ ପ୍ରକାର ନୂଆ ପ୍ରଣାଳୀ, ଖବର ପରିବେଷଣର ପ୍ରକାର ଏବଂ ଖବରର ସମାଜକୁ ଥିବା ଆବଶ୍ୟକ ବିଷୟରେ ଜାଣିହେବ ବୋଲି କହିଛନ୍ତି |


error: Content is protected !!