ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଜଲଙ୍ଗବିରା ପଞ୍ଚାୟତ ହାଡ୍ରାଟୋଲିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। କୌଣସି କାରଣକୁ ନେଇ ଦାଦା ଏକ ଟାଙ୍ଗିଆରେ ପୁତୁରାଙ୍କୁ ହତ୍ୟା କରିଛନ୍ତି। ଏ ନେଇ ବୁଧବାର ସକାଳେ ମୃତକଙ୍କ ସ୍ତ୍ରୀ ବୀରମିତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ବୀରମିତ୍ରପୁର ଥାନାଧିକାରୀ ଦିନେଶ କୁମାର ପଟ୍ଟା ସାଇଣ୍ଟିଫିକ୍ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ କକା ସାନିଆ କୁଜୁର(୬୦)ଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି। ମୃତକ ହେଉଛନ୍ତି ସେହି ହାଡ୍ରାଟୋଲିର ଏତ୍ୱା କୁଜୁର(୪୦) ବୋଲି ପୋଲିସ କହିଛି। ଏ ନେଇ ବୀରମିତ୍ରପୁର ଥାନାରେ ଏକ ମାମଲା (୪୭୪/୨୬) ରୁଜୁ ହୋଇ ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ଆଇଆଇସି ପଟ୍ଟା କହିଛନ୍ତି।
ପୋଲିସ ସୂଚନା ଅନୁସାରେ,ଗତକାଲି ରାତିରେ ମୃତ ପୁତୁରା ଦାଦା ସାନିଆଙ୍କ ଘରକୁ ଯାଇଥିଲେ। ଉଭୟ ଦାଦା ପୁତୁରା ଏକାଠି ରାତ୍ର ଭୋଜନ କରିଥିଲେ। ହେଲେ ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଦାଦା ସାନିଆ ପୁତୁରା ଏତ୍ୱାଙ୍କୁ ଟାଙ୍ଗିଆରେ ହାଣି ଫେରାର ହୋଇଯାଇଥିଲେ। ଏହା ପୂର୍ବରୁ ମଧ୍ୟ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।
More Stories
1win Official App Review – Bonuses, Payments, Mobile Play & Security
1win casino bonus security guide
ଦେଶବିରୋଧୀ କଣ୍ଟେଣ୍ଟରୁ ଦୂରେଇ ରୁହ;ଟିଭି ଚ୍ୟାନେଲ୍କୁ ସରକାରଙ୍କ କଡ଼ା ଚେତାବନୀ