ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)ରେ ଅନିୟମିତତା ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିଥିତ୍ବା ବେଳେ ତାଙ୍କ ବିରୋଧରେ ବିପକ୍ଷ ଦଳଗୁଡ଼ିକ ଯଦି ପୁନର୍ବାର ମହାଭିଯୋଗ ପ୍ରସ୍ତାବ ଆଣନ୍ତି, ତେବେ ନିୟମାବଳୀ ଓ ପଦ୍ଧତି ଅନୁଯାୟୀ, ତାହାର ଯାଞ୍ଚ କରାଯିବ ବୋଲି ଗୁରୁବାର ଲୋକ ସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି।
ଜ୍ଞାନେଶ କୁମାରଙ୍କୁ ବହିଷ୍କାର କରିବା ପାଇଁ ବିରୋଧୀ ଦଳଗୁଡ଼ିକ ୨ ଥର ଉଦ୍ୟମ କଲେଣି। ପ୍ରଥମେ ସେମାନଙ୍କ ନୋଟିସ ଲୋକ ସଭା ଓ ରାଜ୍ୟ ସଭାରେ ଖାରଜ ହୋଇଯାଇଥିଲା। ଦ୍ୱିତୀୟ ଥର ସେମାନେ ଦେଇଥିବା ନୋଟିସ୍ ଉଚ୍ଚ ସଦନର ବିଚାରାଧୀନ ରହିଛି। ସାନି ନୋଟିସ ଆସିଲେ ଏହାକୁ ଆମେ ନିୟମ ଓ ପଦ୍ଧତି ଅନୁଯାୟୀ ଅନୁଧ୍ୟାନ କରିବୁ ବୋଲି ବିର୍ଲା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।
