{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"remove":1},"is_sticker":false,"edited_since_last_sticker_save":true,"containsFTESticker":false}
ଦକ୍ଷିଣ – ପୂର୍ବ ଓ ସଂଲଗ୍ନ ପୂର୍ବ – ମଧ୍ୟ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇଛି।ଏହାର ପ୍ରଭାବରେ ଆସନ୍ତା ସୋମବାର ଠାରୁ ପ୍ରବଳ ପବନ ଓ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ରୁ ଅତିପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ଅଧିନ ଦିଗପହଣ୍ଡି ସ୍ଥିତ ଘୋଡାହାଡ ଜଳସେଚନ ଉପ ବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଯେକୌଣସି ମୁହୂର୍ତ୍ତରେ ଘୋଡାହାଡ ଡ଼୍ୟାମରୁ ସ୍ପିଲ୍ ୱେ ମୁଖ୍ୟ ଫାଟକ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ପାଣି ଛଡ଼ାଯିବ ବୋଲି ନଦୀ ତଟବର୍ତ୍ତୀ ଗୋଲଣ୍ଡା,ମଧୁବନ, ସେବକ ଟିକରପଡ଼ା,କଇଠଖଣ୍ଡି, ବୁରିପଦର, ପେଣ୍ଠା, ତଲାସିଙ୍ଗି,ଗୁମା, ପନାଡ,ଜକମେରି ପଲ୍ଲୀ, ଜଲମେରି ପଲ୍ଲୀ, ଧେରେଣ୍ଡୀ, ମଳାଭଞ୍ଜା ,ଆମ୍ବ ଗାଁ, ତିଳେଶ୍ୱର,ମହାନଳା, ପଳାଶପୁର,ନୂଆଗଡ, ଖୁଲଡି, ଜଲମରା, ଭୁଇପଲ୍ଲୀ, ପାଟପୁର, ଗ୍ରାମବାସୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ନଦୀ ମଧ୍ୟକୁ କୌଣସି ବ୍ୟକ୍ତି ନଯିବା ସହ ଗୃହ ପାଳିତ ପ୍ରାଣୀ ମାନଙ୍କୁ ନ ଛାଡ଼ିବା ପାଇଁ ଅନୁରୋଧ କରାଯାଇଛି। ଡ଼୍ୟାମ ର ଜଳଧାରଣ କ୍ଷମତା ୧୧୭.୮୦ ମିଟର ରହିଥିବା ବେଳେ ଶୁକ୍ରବାର ସକାଳ ସୁଦ୍ଧା ଜଳଭଣ୍ଡାରରେ ୭୧.୨୨ ଭାଗ ଅର୍ଥାତ୍ ୧୧୫.୨୮ ମିଟର ପାଣି ଗଚ୍ଛିତ ରହିଥିବା ଜଳସମ୍ପଦ ବିଭାଗ ଘୋଡ଼ାହାଡ଼ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଗଙ୍ଗାଧର ଦାସ ଜଣାଇଛନ୍ତି। ଡ଼୍ୟାମ ରୁ ନଦୀଗର୍ଭ କୁ ପାଣି ଛଡ଼ାଯିବ ବୋଲି ଜଳସମ୍ପଦ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ , ନିକଟସ୍ଥ ଥାନା ଓ ଦମକଳ କେନ୍ଦ୍ର ଗୁଡ଼ିକୁ ନୋଟିସ ର ଏକକିତା ନକଲ ପ୍ରେରଣ କରାଯାଇଥିବା ଜଣାପଡିଛି ।
