ବୋଡ଼େନ ବ୍ଲକ୍ ଲର୍କା ଗ୍ରାମପଞ୍ଚାୟତ ର କାମପୁର ଠାରେ ମଣ୍ଡି ର ଶୁଭାରମ୍ଭ ହୋଇଅଛିନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଲର୍କା ଗ୍ରାମପଞ୍ଚାୟତ ର କାମପୁର ଠାରେ ମଣ୍ଡି ର ଶୁଭାରମ୍ଭ ହୋଇଅଛି। ଚଳିତ୍ ବର୍ଷ ଖରିଫ ୨୦୨୪-୨୫ ର ଧାନ ସଂଗ୍ରହ ନେଇ ବ୍ୟାପକ ପ୍ରସ୍ତୁତି ହୋଇଥିବା ବେଳେ ଚାଷୀଙ୍କୁ ଟୋକନ ଆସିଅଛି। ବିଶେଷ ରୂପେ ସରକାର ନିର୍ଦ୍ଧାରିତ ମାନ ର ଧାନ ଆଣି ଉପଯୁକ୍ତ ମୂଲ୍ୟ ପ୍ରାପ୍ୟ ଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି। ମୁଣ୍ଡି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଲର୍କା ଗ୍ରାମ ପଞ୍ଚାୟତ ସରପଞ୍ଚ ଜୟ ଶ୍ରୀ ପଟେଲ ଏବଂ ସମିତି ସଭ୍ୟ ଅମିତ୍ କୁମାର ସିଂ ଦେଓ ଯୋଗ ଦେଇ ମଣ୍ଡି ବ୍ୟବସ୍ଥା କୁ ସୂଚାରୁ ରୂପେ ପରିଚାଳନା କରିବାକୁ କରିବାକୁ କହିଥିବା ବେଳେ ଚାଷୀଙ୍କୁ କୌଣସି ରକମ ର ସମସ୍ୟା ସୃଷ୍ଟି ନ କରିବାକୁ ନିର୍ଦ୍ଧେଶ ଦେଇଥିଲେ। ଏହି ମଣ୍ଡି କୁ ଦ୍ବାରଶନି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ବାରା ଧାନ ସଂଗ୍ରହ ହେବ। ମହିଳା ଗୋଷ୍ଠୀ ଦ୍ବାରା ଧାନ ସଂଗ୍ରହ ହେଉଥିବା ବେଳେ ଉଚିତ୍ ଢଙ୍ଗ ରେ ଧାନ ସଂଗ୍ରହ ହେବା ନେଇ ଚାଷୀମାନେ ଦୃଢ଼ ବିଶ୍ୱାସ ରହିଅଛି ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ବୈଠକ ରେ ନିୟନ୍ତ୍ରଣ ବଜାର କମିଟି ନୋଡାଲ ଅଧିକାରୀ ସହ ଚାଷୀ ବୃଦ୍ଧ ଯୋଗ ଦେଇଥିଲେ।ନୂଆପଡ଼ା ରୁ ସୁରେଶ ଦଣ୍ଡସେନା ଙ୍କ ରିପୋର୍ଟ now odisha news
More Stories
ଓଡ଼ିଶା ସମେତ ଭିନ୍ନ ରାଜ୍ୟକୁ ଆଳୁ ରପ୍ତାନି ଉପରେ ପୁଣି ଅଙ୍କୁଶ
ଶିରରୁ କାଢ଼ିଲେ ଲକ୍ଷ୍ମୀ ମୁକୁତାର ଜାଲି। ହୃଦରୁ କାଢ଼ିଲେ ଇନ୍ଦ୍ର ଗୋବିନ୍ଦ କାଞ୍ଚଲି
ପ୍ରଧାନମନ୍ତ୍ରୀ ପୋଷଣ ପ୍ରୋଗ୍ରାମ ପାଇଁ ଗଠନ ହେଲା କମିଟ