{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ଲୋକଙ୍କ ମନରେ ଛନକା ପଶିଛି। ଗୁରୁବାର ଦକ୍ଷିଣ-ପୂର୍ୱ ଓ ସଂଲଗ୍ନ ପୂର୍ୱ-ମଧ୍ୟ ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାବେଳେ ୨୩ ତାରିଖ ଶୁକ୍ରବାର ସମାନ ସ୍ଥାନରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରେ ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଅବପାତ କିମ୍ୱା ଗଭୀର ଅବପାତର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବାତ୍ୟା ସୃଷ୍ଟି ହେବା ଏକ ପ୍ରକାର ନିଶ୍ଚିତ ହୋଇଥିଲେ ମଧ୍ୟ ଏହାର ଗତିପଥକୁ ନେଇ କୌଣସି ଚିତ୍ର ସ୍ପଷ୍ଟ ହୋଇନାହିଁ। ପୁଣି ସମ୍ଭାବ୍ୟ ବାତ୍ୟା ଓଡ଼ିଶା ନା ଆନ୍ଧ୍ର କେଉଁ ଆଡକୁ ମୁହଁାଇବ, ତାହାକୁ ନେଇ ମଧ୍ୟ ଲୋକଙ୍କ ମନରେ ଛନକା ପଶିଛି। ସାଧାରଣତଃ ଅକ୍ଟୋବର ଆସିଲେ ଓଡ଼ିଶାବାସୀଙ୍କ ମଧ୍ୟରେ ବାତ୍ୟା ଭୟ ସୃଷ୍ଟି ହୋଇଥାଏ। ଗତବର୍ଷ ମଧ୍ୟ ଏହି ମାସରେ ବାତ୍ୟା ‘ମୋନ୍ଥା’ ସୃଷ୍ଟି ହୋଇଥିଲା। ତେବେ ଲଘୁଚାପ ସୃଷ୍ଟି ହେବା ପରେ ହିଁ ବାତ୍ୟାର ରୂପ ଓ ଗତିପଥ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ରଖିଛନ୍ତି। ହେଲେ ଏଯାଏ ବାତ୍ୟା ନେଇ ଭାରତୀୟ
ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିବାବେଳେ କେତେକ ପାଣିପାଗ ମଡେଲର ସୂଚନା ଅନୁଯାୟୀ, ଅକ୍ଟୋବର ୨୯ ବେଳକୁ ଲଘୁଚାପ ବାତ୍ୟାର ରୂପ ନେବ। ଏହାପରେ ବାତ୍ୟାର ତୀବ୍ରତା ଓ ଗତିପଥ ଆକଳନ କରାଯାଇପାରିବ।
ଅନ୍ୟପକ୍ଷରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି, ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ରହିବ। ୨୬ ତାରିଖଠାରୁ ବିଭିନ୍ନ ଜିଲାରେ ଝଡ଼ବର୍ଷା ଆରମ୍ଭ ହେବ। ଏଥିପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ୟେଲୋ ଓ୍ୱାର୍ନିଂ ଦିଆଯାଇଛି। ୨୭ ତାରିଖଠାରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ ବୋଲି ସୂଚନା ଦିଆଯାଇଛି।
