ଡିସେମ୍ବର ୨୫ରେ ମିଳିବ ସୁଭଦ୍ରା ଟଙ୍କା :ଆଜିଠୁ ଆପତ୍ତି ଗ୍ରହଣ ପାଇଁ ୭ଦିନ ସମୟ ।


ଡିସେମ୍ବର ୨୫ରେ ମିଳିବ ସୁଭଦ୍ରା ଟଙ୍କା :ଆଜିଠୁ ଆପତ୍ତି ଗ୍ରହଣ ପାଇଁ ୭ଦିନ ସମୟ । ଏଯାବତ ୮୦ ଲକ୍ଷ ହିତାଧିକାରୀ ଉପକୃତ
ଆସନ୍ତା ଡିସେମ୍ବର ୨୫ ତାରିଖରେ ସୁଭଦ୍ରା ଟଙ୍କା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ଏଥିପାଇଁ ନୂଆ ଆବେଦନକାରୀଙ୍କ ସମେତ ଅଦ୍ୟାବଧି ସହାୟତା ପାଇପାରିନଥିବା ଦରଖାସ୍ତକାରୀଙ୍କ ଆବେଦନ ଯାଂଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ସୁଦ୍ଧା ସୁଭଦ୍ରାରେ ମୋଟ ୧ କୋଟି ୫ ଲକ୍ଷ ୩୬ ହଜାର ୬୧୨ ଆବେଦନ ଗ୍ରହଣ ହୋଇଛି ।


error: Content is protected !!