ଦୃଷ୍ଟିବାଧିତ ମଙ୍ଗୁଳି ଙ୍କୁ ତାଙ୍କର ଦାନଵୀର କାର୍ଯ୍ୟ ପାଇଁ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ସମ୍ମାନିତ*


ଦୃଷ୍ଟିବାଧିତ ମଙ୍ଗୁଳି ଙ୍କୁ ତାଙ୍କର ଦାନଵୀର କାର୍ଯ୍ୟ ପାଇଁ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ସମ୍ମାନିତ*। ସମୟ ସ୍ରୋତ ରେ ମଙ୍ଗୁଳି ବସନ୍ତିଆ ଦୃଷ୍ଟିହୀନ। ମନ ତାଙ୍କର ଦାନ ବୀର। ସେ ମହାକାଳପଡ଼ା ଅଞ୍ଚଳ ର ବିଜୟନଗର ନିକଟସ୍ଥ ବଢ଼ିହି ଗ୍ରାମ ରେ ଏକ ଛୋଟିଆ କୁଡିଆ ଘରେ ବସବାସ କରନ୍ତି। ଘର ଟି ଚାଳ ଛପର ଉପରେ ମଧ୍ୟ ପାଲ ପଡ଼ିଛି। ମଙ୍ଗୁଳି ଙ୍କ ର ନିତିଦିନିଆ କର୍ମ ହେଉଛି ବିଭିନ୍ନ ସ୍ଥାନ ରେ ଥିବା ମଠ ଓ ମନ୍ଦିର କୁ ଯାଇ ଭଜନ ଗାଇ ଭିକ୍ଷା କରିବା। ଏଥିରୁ ଯାହା ରୋଜଗାର ହୁଏ , ସେ ଚଳିବା ପାଇଁ ରଖି ସେହି ମନ୍ଦିର ରେ ଦାନ କରିଦେଇଥାନ୍ତି। ତାଙ୍କର କିଛି ଗଚ୍ଛିତ ଅର୍ଥ ରେ ସେ ହରପାର୍ବତୀ ମନ୍ଦିର ରେ ପ୍ରସାଦ ଦାନ ଦେଇଥିଲେ। ମନ୍ଦିର ପୂଜକ ଙ୍କ କଥା ଅନୁସାରେ ଏହି କର୍ମ ରେ ମଙ୍ଗୁଳି ୩୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହିପରି ଜାଗୁଳାଇ ମନ୍ଦିରର କାର୍ଯ୍ୟ ପାଇଁ ମଧ୍ୟ ୧୦ ହଜାର ଦାନ କରିଛନ୍ତି। ସେ ଜଗନ୍ନାଥ ଙ୍କ ଭଜନ ଜଣାଣ ଗାଇଥାନ୍ତି। ମଙ୍ଗୁଳି ବାସନ୍ତିଆ ଙ୍କ ଏହିପରି ଦାନଧର୍ମି କାର୍ଯ୍ୟ ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ଟ୍ରଷ୍ଟ ପକ୍ଷରୁ ତାଙ୍କ ପରିବାର ପାଇଁ ପୋଷାକ ସହ ଶୀତ ବସ୍ତ୍ର ପ୍ରଦାନ କରାଯାଇଛି। ସେ ଜଗନ୍ନାଥ ପ୍ରେମୀ ହୋଇଥିବାରୁ ତାଙ୍କୁ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ମଧ୍ୟ ପ୍ରଦାନ କରାଯାଇଛି। ମଙ୍ଗୁଳି ଙ୍କ ଭାଷା ରେ ଲୋକ ମାନେ ଦେଇଥିବା ଦାନ ର ଅର୍ଥ ପ୍ରଭୁଙ୍କ ହୁଣ୍ଡି କୁ ଗଲେ ଦାତା ଙ୍କ ର ପୂର୍ଣ୍ଣ ଆମର ବି ପୂର୍ଣ୍ଣ। ଆଜି ର ଏହି କାର୍ଯ୍ୟକ୍ରମ ରେ ସହଯୋଗୀ ବ୍ୟକ୍ତି ଗଣ ହେଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ଟ୍ରଷ୍ଟ ର ଉପଦେଷ୍ଟା ବିଷ୍ଣୁ ଚରଣ ମହାପାତ୍ର, ଟ୍ରଷ୍ଟ ର କର୍ମକର୍ତା ଅନୁଗୋଳ କଣିହାଁ ର ଇଂ ପ୍ରଶାନ୍ତ କୁମାର ଦାଶ, କାଳନ୍ଦୀ ମଲ୍ଲିକ ଓ ତୋଫାନ ଚନ୍ଦ୍ର ସାହୁ।
କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ.


error: Content is protected !!