ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ, ୩୭୧ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ


ନୂଆଦିଲ୍ଲୀ : ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ । ତାଙ୍କୁ ଆନ୍ଧ୍ରପ୍ରଦେଶ ସିଆଇଡି ପୋଲିସ ଗିରଫ କରିଛି । ୩୭୧ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଏହି ମାମଲାରେ ପୂର୍ବରୁ ୮ ଜଣ ଗିରଫ ହୋଇଥିଲେ । ଆନ୍ଧ୍ରପ୍ରଦେଶର ଶାସକ ଦଳ ୱାଇଏସଆରସିପି ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀ ନେଇ ଦାବି କରିଥିଲା ।ଗତକାଲି ରାତିରେ ଚନ୍ଦ୍ରବାବ ନାଇଡୁଙ୍କୁ ତାଙ୍କ ନନ୍ଦୟାଲ ସ୍ଥିତ ବାସଭବନରୁ ଗିରଫ କରିଛି ସିଆଇଡି ପୋଲିସ । ଗିରଫ ପୂର୍ବରୁ ସେଠାରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ବିରୋଧ କରିଥିଲେ ଟିଡିପି କର୍ମୀ । ବ୍ୟାପକ ପୋଲିସ ଫୋର୍ସ ପହଞ୍ଚିଥିଲେ ।


error: Content is protected !!