ବାଲେଶ୍ୱର,୧୫।୧୦ ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ସିନେମା ଛକ ନିକଟରେ ଥିବା ଏକ ଚାରି ମହଲା କୋଠାରେ ବୁଧବାର ଭୋର ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବନଜା ଷ୍ଟେସନାରୀ ଦୋକାନରେ ଘଟିଛି ଏହି ଭୟଙ୍କର ଅଗ୍ନିକାଣ୍ଡ। ବିଦ୍ୟୁତ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ନିଆଁ ଅଣାୟତ୍ତ । ୫ ଘଣ୍ଟା ଧରି ନିଆଁ ଜଳୁଥିବାରୁ ଅଞ୍ଚଳବାସୀ ଭୟଭୀତ । କୋଟି କୋଟି ଟଙ୍କାର ସାମଗ୍ରୀ ଜଳି ଭଷ୍ମିଭୂତ ହୋଇଥିବା ଅଭିଯୋଗ ହୋଇଛି । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଉଦ୍ୟମ ଜାରି ରଖିଛନ୍ତି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

More Stories
ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ
ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ
କାନ୍ସରେ ଐଶ୍ୱର୍ଯ୍ୟାଙ୍କ ଜଲୱା: ହାତତିଆରି ବ୍ଲୁ ଗାଉନ୍ ପାଇଁ ଲାଗିଥିଲା ୧୫୦୦ ଘଣ୍ଟା