କଳିଙ୍ଗପ୍ରଭା ପାକ୍ଷିକ ଖବରକାଗଜ ସମ୍ପାଦକଙ୍କ ଦେହାନ୍ତ


ଚଣ୍ଡିଖୋଲ:(ପ୍ରଦ୍ୟୁମ୍ନ କୁମାର ଓଝା):- ଚଣ୍ଡିଖୋଲ ପ୍ରେସ କ୍ଲବ ସଭାପତି ପ୍ରଦୀପ୍ତ କୁମାର ପରିଡା (୭୫)ଙ୍କ ଗୁରୁବାର ରାତ୍ର ୧୨.୩୦ସମୟରେ କଟକ ଶାନ୍ତି ମେମୋରିଆଲ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି I ସ୍ବର୍ଗତ ପରିଡା ସମାଜ ଖବରକାଗଜର କର୍ମଚାରୀ ଭାବେ କାର୍ଯ୍ୟକରି ଅବସର ପରେ ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନର ପ୍ରତିଷ୍ଠାତା ସଦସ୍ୟ, ଚଣ୍ଡିଖୋଲ ପ୍ରେସ କ୍ଲବ ସଭାପତି, ବଡ଼ଚଣା ଯୁବ ପରିଷଦର ପ୍ରତିଷ୍ଠାତା ସଦସ୍ୟ ସହ ଚଣ୍ଡିଖୋଲ ଅଂଚଳରେ ଗଣପତି ଜ୍ଞାନ ମନ୍ଦିର ନାମରେ ଏକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ବହୁ ସୁଖ୍ୟାତି ଅର୍ଜନ କରିଛନ୍ତି I ତାଙ୍କ ଦେହାନ୍ତରେ ଆଇନଜୀବୀ ଉଦୟନାଥ ସାହୁ, ସମାଜ ସାମ୍ବାଦିକ ସଂଘ ସଭାପତି ମହେଶ୍ୱର ବଳ, ବରିଷ୍ଠ ସାମ୍ବାଦିକ ବିମଲ ପତି, ଭକ୍ତ ଚରଣ ସାହୁ, ପ୍ରତାପ ରାଉତରାୟ, ତ୍ରୈଲୋକ୍ୟ ନାୟକ, ପ୍ରଦ୍ୟୁମ୍ନ କୁମାର ଓଝା, ବିଧାୟକ ଅମର ପ୍ରସାଦ ଶତପଥୀ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ବିଜେପି ନେତ୍ରୀ ସିମନ୍ତିନି ଜେନା, କଂଗ୍ରେସ ନେତା ରାଜ ନାରାୟଣ ମହାପାତ୍ର ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଦୁଃଖ ବ୍ୟକ୍ତ କରିଛନ୍ତି I


error: Content is protected !!