ମୋଦି ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ସହିତ ପୁରୁଣା ସଂସଦ ଭବନର କାର୍ଯ୍ୟକାଳ ଶେଷ ହୋଇଛି । ଆଜିଠାରୁ ଆରମ୍ଭ ହୋଇଥିବା ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନକୁ ଲୋକସଭାରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି, ୭୫ ବର୍ଷର ସଂସଦ ବିଷୟରେ ଚର୍ଚ୍ଚା କରାଯିବ । ଏହାର ଗୌରବ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ମୋଦି । ପୁରୁଣା ସଂସଦ ଭବନ ଛାଡ଼ିବା ଅନୁଭବ ହୋଇ ରହିବ । ନୂଆ ସଂସଦ ଭବନକୁ ଗଲେ ବି ଏହା ଆମକୁ ପ୍ରେରଣା ଆଣିଦେବ । ଆସନ୍ତାକାଲିଠାରୁ ନୂଆ ସଂସଦ ଭବନରେ କାର୍ଯ୍ୟ ଆରମ୍ଭ ହେବ । ସ୍ୱାଧୀନତ ସଂଗ୍ରାମର ପ୍ରତୀକ ହୋଇ ରହିବ ପୁରୁଣା ସଂସଦ ଭବନ ।ଅଧିବେଶନ ପୂର୍ବରୁ ପିଏମ୍ ମୋଦି କହିଥିଲେ, ଏହି ଅଧିବେଶନ ଛୋଟ କିନ୍ତୁ ସମୟ ଅନୁସାରେ ବଡ଼ । ଏହା ଐତିହାସିକ ନିଷ୍ପତ୍ତିର ଅଧିବେଶନ । ଏଥିସହ ଭାରତର G20 ଅଧ୍ୟକ୍ଷତାଠାରୁ ଚନ୍ଦଯାନ-୩ ସଫଳତା କଥା କହିଥିଲେ ମୋଦି । ୨୨ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ସଂସଦର ୭୫ ବର୍ଷର ଇତିହାସ ସମ୍ପର୍କରେ ଆଲୋଚନା ହେବ । ବିଭିନ୍ନ ସଫଳତା, ଅଭିଜ୍ଞତା, ସ୍ମୃତି, ଅନୁଭୂତି ଆଦି ସମ୍ପର୍କରେ ଆଲୋଚନା ହେବ । ଅଧିବେଶନରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟାନ୍ୟ ନିର୍ବାଚନ କମିଶନର ନିଯୁକ୍ତି ବିଲ୍, ଆଇନଜୀବୀ ସଂଶୋଧନ ବିଲ୍, ପ୍ରେସ ଓ ପଞ୍ଜିକରଣ ବିଲ୍, ଡାକଘର ବିଲ୍, ଉଚ୍ଛେଦ ଓ ସଂଶୋଧନ ବିଲ୍ ସମ୍ପର୍କରେ ଆଲୋଚନା ହୋଇପାରେ । ଆସନ୍ତାକାଲିଠୁ ନୂଆ ସଂସଦ ଭବନର ଚାଲିବ ଅଧିବେଶନ । ସଂସଦ ଅଧିବେଶନରେ ଯୋଗ ଦେବା ଲାଗି ସମ୍ମତ ହୋଇଛନ୍ତି ଇଣ୍ଡିଆ ମେଣ୍ଟର ୨୪ଟି ଦଳ ।ଜାଗାର ଅଭାବ ଏବଂ ଅତ୍ୟାଧୁନିକ ସୁବିଧା ନଥିବାରୁ ସରକାର ନୂଆ ସଂସଦ ଭବନ ନିର୍ମାଣ କରିଛନ୍ତି । ଏଠାରେ ସମସ୍ତ ପ୍ରକାରର ବୈଷୟିକ ସୁବିଧା ସହିତ ଦୁଇ ସଦନର କ୍ଷମତା ବଢାଇ ଦିଆଯାଇଛି । ପୁରୁଣା ସଂସଦକୁ ପୁନଃରୁଦ୍ଧାର କରାଯାଇ ବିକଳ୍ପ ଭାବେ ବ୍ୟବହାର କରାଯିବ । ଦେଶର ପୁରାତାତ୍ତ୍ୱିକ ସଂପତ୍ତିକୁ ସରଂକ୍ଷିତ କରି ରଖାଯିବ ।୧୯୨୧ରେ ସଂସଦ ନିର୍ମାଣ ଆରମ୍ଭ ହୋଇ ୧୯୨୭ରେ ଶେଷ ହୋଇଥିଲା । ପ୍ରଥମରୁ ଏହାକୁ କାଉନସିଲ ହାଉସ ନାମରେ ଜଣାଶୁଣା ଥିଲା ।
More Stories
କଟକର ନାରାୟଣ ସାହୁ ବିଜେଡିରୁ ନିଲମ୍ବିତ
୩୩ ସ୍ମାର୍ଟଫୋନ୍ରେ ବନ୍ଦ ହେବାକୁ ଯାଉଛି ହ୍ବାଟ୍ସଆପ୍, ତାଲିକାରେ ନାହିଁ ତ ଆପଣଙ୍କ ଫୋନ୍
ଦେବୀମିଶ୍ରଙ୍କୁବଡ଼_ଝଟକା