ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ


ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ନେହରୁ ଯୁବ କେନ୍ଦ୍ର, ବ୍ରହ୍ମପୁର ଓ ସ୍ପନ୍ଦନା ଫାଉଣ୍ଡେସନ ଟ୍ରଷ୍ଟ ମିଳିତ ଉଦ୍ୟମରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଗାନ୍ଧୀ ନଗର ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୁର୍ତି ଠାରୁ ମାଟି ସଂଗ୍ରହ କରାଯିବା ସହ ସେ ମାଟିକୁ ନେଇ ସହିଦ ଯବାନ ଙ୍କୁ ସମ୍ମାନ ଦିଆଯିବ ଏବଂ ବୃକ୍ଷରୋପଣ କରି ସେମାନଙ୍କ ଉଦ୍ଦେଶ୍ୟରେ ଏକ ଅମୃତ ବାଟିକାର ସ୍ଥାପନ କରାଯିବ | ଏଥିରେ ଆଡ଼ଭୋକେଟ ପ୍ରଣବ କୁମାର ପଣ୍ଡା , ସସ୍ମିତା ମହାନ୍ତି, ଦିଲୀପ କୁମାର ପାତ୍, ବିନୋଦ ସାବତ , ବାଳକୃଷ୍ଣ ସାମନ୍ତରାୟ , ମନିତା ଦାସ, ରଶ୍ମିତା ପାଣିଗ୍ରାହୀ , ଶ୍ରୀୟା ପାତ୍ର, ଅମନ କୁମାର ପାତ୍ର , ଦୀନେଶ ରାଜ ପ୍ରମୁଖ ପବିତ୍ର ମାଟି ସଂଗ୍ରହ କରିବା ସହ ସହଯୋଗ କରିଥିଲେ |


error: Content is protected !!