ନବୀନଙ୍କ ମୁହଁରେ ମୋଦୀଙ୍କ ପ୍ରଶଂସା ମୋଦୀଙ୍କୁ ୧୦ ରୁ ୮


ଭୁବନେଶ୍ଵର ୨୫-୯ : ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କର ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ସହ ଦୁର୍ନୀତିର ମୂଳୋତ୍ପାଟନ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି।ମୋଦୀଙ୍କୁ ୧୦ ରୁ ୮ସୂଚନାଯୋଗ୍ୟଯେ, ଭୁନେଶ୍ୱରରେ ଏକ “ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ” ଦ୍ୱାରା ଆୟୋଜିତ ଓଡ଼ିଶା ସାହିତ୍ୟ ମହୋତ୍ସବର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଅଂଶଗ୍ରହଣ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ ପ୍ରଭୁ ଚାୱଲାଙ୍କର ସହ ସାକ୍ଷାତକାରରେ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ସେ ମୋଦୀ ସରକାରଙ୍କୁ ୧୦ ରୁ ୮ ମାର୍କ ଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରର ବୈଦେଶିକ ନୀତି ଏବଂ ଦୁର୍ନୀତି ନିବାରଣ ପାଇଁ କରାଯାଉଥିବା କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସେ କହିଥିଲେଯେ, ମୋଦୀ ସରକାର ବୈଦେଶିକ ନୀତି ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଯାହା କରିଛନ୍ତି, ସେଥିପାଇଁ ମୁଁ ଏହାକୁ ୧୦ ରୁ ୮ ରେଟିଂ ଦେଉଛି। ଏହି ସରକାରରେ ମଧ୍ୟ ଦୁର୍ନୀତି ହ୍ରାସ ପାଇଛି।ମହିଳା ସଂରକ୍ଷଣ ବିଲ୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମହିଳା ସଂରକ୍ଷଣ ବିଲ୍ ସହ ଜଡିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ମୁଁ ଭାବୁଛି ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମୋ ଦଳ ସର୍ବଦା ମହିଳା ସଶକ୍ତିକରଣକୁ ସମର୍ଥନ କରିଆସୁଛି। ମୋ ବାପା (ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ) ସ୍ଥାନୀୟ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷଣ କରିଥିଲେ ଏବଂ ମୁଁ ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲି। ୨୦୧୯ ଲୋକସଭା ନିର୍ବାଚନରେ ପଟ୍ଟନାୟକଙ୍କ ଦଳ ୩୩ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିଲା।ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ସମର୍ଥନବିଜେଡ଼ି ସୁପ୍ରିମୋ, ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ସମର୍ଥନ କରି କହିଥିଲେ, ଆମେ ଏହାକୁ ସର୍ବଦା ସ୍ୱାଗତ କରିଛୁ ଏବଂ ଆମେ ଏଥିପାଇଁ ପ୍ରସ୍ତୁତ। କେନ୍ଦ୍ର ସହିତ ତାଙ୍କ ସରକାରଙ୍କ ସମ୍ପର୍କ ବିଷୟରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, କେନ୍ଦ୍ର ସହ ଆମର ଆନ୍ତରିକ ସମ୍ପର୍କ ରହିଛି। ସ୍ୱାଭାବିକ ଭାବରେ, ଆମେ ଆମ ରାଜ୍ୟର ବିକାଶ ଚାହୁଁ ଏବଂ ବିକାଶରେ କେନ୍ଦ୍ର ସରକାରଙ୍କ ଅଂଶଗ୍ରହଣ କରିବା ଜରୁରୀ ଅଟେ।


error: Content is protected !!