ତେଜିଲା ମଦ ବିରୋଧୀ ଆନ୍ଦୋଳନ


ସୁବର୍ଣ୍ଣପୁର:(ଗୁରୁଦେବ ମେହେର):-ସରକାର ମହିଳା ମାନଙ୍କୁ ସଶକ୍ତି କରଣ ନାଁରେ ଅନେକ ଯୋଜନା ପ୍ରଣୟନ କରୁଛନ୍ତି ।କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଲାଭଖୋର ମନୋଭାବ ଯୋଗୁଁ କେତେକ କ୍ଷେତ୍ରରେ ସରକାରଙ୍କ ଯୋଜନା ସ୍ଲୋଗାନରେ ହିଁ ସୀମିତ ରହୁଥିବା ଦେଖିବାକୁ ମିଳିଛି ।ସୂଚନା ଅନୁସାରେ,ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଲଛିପୁର ଥାନା ଅନ୍ତର୍ଗତ ଛୋକରମାଲ ପଞ୍ଚାୟତର ବସଲାଟ ଗାଁରେ ୧୧ଟି S H G ଗ୍ରୁପ୍ ର ପାଖା ପାଖି ୧୩୦ ଜଣ ମହିଳା ମାନେ ମିଶି ମଦ ବିରୋଧି ଆନ୍ଦୋଳନ ପାଇଁ ଲଛିପୁର ଥାନା ଘେରାଉ କରିଥିବା ଜଣାପଡିଛି ।ମହିଳା ମାନଙ୍କ କହିବାନୁଯାୟୀ,ସ୍ଥାନୀୟ ପୁଲିସ ଓ ଅବକାରୀ ବିଭାଗର ମଧୁ ଚନ୍ଦ୍ରିକାରେ ଖୁଲମଖୁଲା ଭାବେ ଉକ୍ତ ଅଞ୍ଚଳରେ ମଦ ବିକ୍ରି ହେଉଥିବାରୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସ୍ଥାନୀୟ ପୋଲିସ୍ କିମ୍ୱା ଅବକାରୀ ବିଭାଗ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଥିଲେ।ଲଛିପୁର ଠାରେ ଥିବା ସରକାରଙ୍କ ସ୍ଵୀକୃତି ପ୍ରାପ୍ତ ମଦ ଭାଟିରୁ ଉକ୍ତ ଗ୍ରାମର କିଛି କୂଚିଆ ମଦ ବେପାରୀ ମଦ ଆଣି ଏହି ଗ୍ରାମରେ ବିକ୍ରି କରୁଥିବା ଅନେକ ଥର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟ ପଟେ ଲଛିପୁର୍,ଛକୋର୍ ମାଲ୍, ରେଙ୍ଗାଲି ଖଲିଆପାଲି ଗ୍ରାମ ପଞ୍ଚାୟତ ଗୁଡ଼ିକର ଅଧିକାଂଶ ଗ୍ରାମରେ ଦେଶୀ ଓ ବିଦେଶୀ ମଦର ଦୋକାନ ଖୋଲା ଖୋଲି ଭାବେ ମୁଖ୍ୟ ରାସ୍ତା ତଥା ମୁଖ୍ୟ ଛକ ଏପରିକି ଗାଁ ଭିତରେ ମଧ୍ୟ ବିକ୍ରୀ କରୁଥିଲେ ମଧ୍ଯ ପୋଲିସ୍ ନୀରବ ସାଜି ଥିବାରୁ ପୋଲିସ୍ ଓ ଆଇନ୍ ବ୍ୟବସ୍ଥା ଉପରେ ଆଉ ଭରସା ନାହିଁ ବୋଲି ଅଞ୍ଚଳର ଜନ ସାଧାରଣ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।ଦେଖିବାକୁ ବାକିରହିଲା ପୋଲିସ ମଦବିକ୍ରି ଉପରେ କେବେ ରୋକ ଲଗାଉଛି l


error: Content is protected !!