ରୋଜଗାର ମେଳାର ନବମ ସଂସ୍କରଣରେ ଦେଶର ୫୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ


ଚାକିରି ବାଣ୍ଟିଲେ ମୋଦି ସରକାର । ରୋଜଗାର ମେଳାର ନବମ ସଂସ୍କରଣରେ ଦେଶର ୫୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିସି ଜରିଆରେ ପିଏମ ମୋଦି ନିଯୁକ୍ତି ପତ୍ର ବାଣ୍ଟିବା ସହ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଏହି ଅବସରରେ ଓଡ଼ିଶାର ୩୯୩ ଜଣ ଯୁବକ ଯୁବତୀଙ୍କୁ ମଧ୍ୟ ନିଯୁକ୍ତି ପତ୍ର ବଣ୍ଟା ଯାଇଛି । ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତ ରେଲୱେ ଅଡିଟୋରିୟମରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଭାନୁପ୍ରତାପ ସିଂହ ବର୍ମା ଯୋଗ ଦେଇଥିଲେ । ନିଯୁକ୍ତି ମେଳାର ଏହି ନବମ ପର୍ଯ୍ୟାୟରେ ୧୦ଟି କେନ୍ଦ୍ରୀୟ ଅନୁଷ୍ଠାନର ମୋଟ ୩୯୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ ବଣ୍ଟାଯାଇଛି, ଏଥିରୁ ୧୬୦ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ସେହିଭଳି ଏହି ପର୍ଯ୍ୟାୟରେ ଅନୁସୂଚିତ ଜାତି ବର୍ଗରୁ ୬୩ ଜଣ, ଅନୁସୂଚିତ ଜନଜାତି ବର୍ଗରୁ ୬୬ ଜଣ, ଅନ୍ୟାନ୍ୟ ପଛୁଆ ବର୍ଗରୁ ୯୬ ଜଣ ଏବଂ ଦିବ୍ୟାଙ୍ଗ ବର୍ଗରୁ ୩ ଜଣ ପ୍ରାର୍ଥୀ ନିଯୁକ୍ତ ପାଇଛନ୍ତି । ନିଯୁକ୍ତି ପତ୍ର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିଯୁକ୍ତି ପାଇଥିବା ଯୁବକ ଯୁବତୀ ।


error: Content is protected !!