ଗୁରୁତର ବୃଦ୍ଧା ଆମ୍ବୁଲାନ୍ସରେ ମେଡିକାଲ ଆସିଲେ। ହେଲେ ମେଡିକାଲ ବାହାରେ ଅଧ ଘଣ୍ଟାଏ ଧରି ଆମ୍ବୁଲାନ୍ସରେ ଫସି ରହିଲେ। କାରଣ ଖୋଲିଲାନି ଆମ୍ବୁଲାନ୍ସର ଦ୍ୱାର। ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ।ଗତକାଲି ରାତି ପ୍ରାୟ ୮ଟା ବେଳେ କେନ୍ଦୁଝର ସଦର ଥାନା କାଠବାଉଁଶୁଳି ଅଞ୍ଚଳର ଚମ୍ପାବତୀ ମହାନ୍ତ ନାମ୍ନୀ ଜଣେ ବୃଦ୍ଧା ଏକ ୧୦୮ ଆମ୍ବୁଲାନ୍ସରେ ଝୁମ୍ପୁରା ମେଡିକାଲ ଆସିଥିଲେ। ସେ ଗୁରୁତର ଅସୁସ୍ଥ ଥିବାରୁ ତାଙ୍କୁ ମେଡିକାଲକୁ ଆଣିଥିଲା ଆମ୍ବୁଲାନ୍ସ। ହେଲେ ମେଡିକାଲ୍ରେ ପହଞ୍ଚିବା ପରେ ଖୋଲି ନଥିଲା ଆମ୍ବୁଲାନ୍ସ ଡୋର୍। ଅଧଘଣ୍ଟାଏ ଧରି ଆମ୍ବୁଲାନ୍ସ ଡୋର୍ ନଖୋଲିବାରୁ ରୋଗୀଙ୍କ ସମ୍ପର୍କୀୟମାନେ ମଧ୍ୟ ବ୍ୟସ୍ତ ହୋଇପଡ଼ିଥିଲେ। ଆମ୍ବୁଲାନ୍ସ କର୍ମଚାରୀଙ୍କ ବହୁ ପ୍ରୟାସ ପରେ ପ୍ରାୟ ଅଧା ଘଣ୍ଟା ପରେ ଡୋର୍ ଖୋଲିଥିଲା।ବୃଦ୍ଧାଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଝୁମ୍ପୁରାରେ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ଏଭଳି ଏକ ଘଟଣା ଘଟିଲା ସେନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀ କିମ୍ବା ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
More Stories
ଡାକ୍ତର ନରେନ୍ଦ୍ର ଦଭୋଲେକର ସ୍ମାରକୀ ଜାତୀୟ ପୁରସ୍କାର 2024ବର୍ଷ ପାଇଁ ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାର ଙ୍କୁ ପ୍ରଦାନ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ସାହା ରାଜ୍ୟ ସଭା ରେ ଦେଇଥିବା ଉଦବୋଧନ
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଖଇରା ଗ୍ରାମ ନିକଟରେ ବିଜୁ ଏସ୍କପ୍ରେସ ୱେ ରେ ସଡ଼କ ଦୁର୍ଘଟଣା