ବାଲେଶ୍ୱରର ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟରେ ଥିବା ଏସ୍ବିଆଇ ଏଟିଏମ୍ରୁ ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଗତକାଲି ବିଳମ୍ବିତ ରାତିରେ ଏଟିଏମ୍ ଭାଙ୍ଗି ଟଙ୍କା ନେଇ ଯାଇଥିବା ଜଣାପଡ଼ିଛି। ଏଟିଏମ୍ରେ କେତେ ଟଙ୍କା ଥିଲା ତାହା ଜଣାପଡ଼ିନି। କେବଳ ଲୋକଙ୍କ କହିବା କଥା କାଲି ଏହି ଏଟିଏମ୍ରେ ଟଙ୍କା ଭର୍ତି କରାଯାଇଥିଲା।ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ହେଲେ ଖବର ଲେଖାଯିବା ସୁଦ୍ଧା ବ୍ୟାଙ୍କର କୌଣସି ଅଧିକାରୀ ଆସିନଥିବାରୁ ଆଗକୁ ବଢ଼ି ପାରିନି ପୁଲିସ୍ର ତଦନ୍ତ।ଅନ୍ୟପକ୍ଷରେ ଘଟଣାସ୍ଥଳରୁ ଫାଣ୍ଡି ମାତ୍ର ୫୦ ରୁ ୬୦ ମିଟର। ଫାଣ୍ଡିରେ କର୍ମଚାରୀ ଥିବା ସତ୍ତ୍ୱେ କିପରି ଏଟିଏମ୍ରୁ ଟଙ୍କା ଲୁଟ୍ ହେଲା, ତାକୁ ନେଇ ସ୍ଥାନୀୟ ଲୋକ ଉଠାଇଛନ୍ତି ପ୍ରଶ୍ନ।
More Stories
ଡାକ୍ତର ନରେନ୍ଦ୍ର ଦଭୋଲେକର ସ୍ମାରକୀ ଜାତୀୟ ପୁରସ୍କାର 2024ବର୍ଷ ପାଇଁ ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାର ଙ୍କୁ ପ୍ରଦାନ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ସାହା ରାଜ୍ୟ ସଭା ରେ ଦେଇଥିବା ଉଦବୋଧନ
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଖଇରା ଗ୍ରାମ ନିକଟରେ ବିଜୁ ଏସ୍କପ୍ରେସ ୱେ ରେ ସଡ଼କ ଦୁର୍ଘଟଣା