ବିଜେଡିର ଜନ ସମ୍ପର୍କ ଶୋଭାଯାତ୍ରା


ବାଲିପାଟଣା:(ଅରୁଣ କୁମାର ଶତପଥୀ):-ଆଜି ପବିତ୍ର ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବାଲିପାଟଣା ଗୋପବନ୍ଧୁ ଛକ ଠାରୁ ବିଜୁ ଜନତା ଦଳ ର ଏକ ଜନ ସଚେତନତା ଶୋଭାଯାତ୍ରା ଆରମ୍ଭ ହୋଇ ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀ ଙ୍କ ଉପସ୍ଥିତିରେ ବାଲିପାଟଣା ବଜାର ଠାରେ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ପବିତ୍ର ଶିଶୁ ଅନନ୍ତ ଙ୍କ ପୀଠରେ ପହଞ୍ଚି ଥିଲେ। ଏହି ଶୋଭାଯାତ୍ରା ରେ ଉଭୟ ବ୍ଲକ୍ ର ଅନେକ ପୂର୍ବତନ ସରପଞ୍ଚ,ଜିଲ୍ଲାପରିଷଦ ସଭ୍ୟ,ସମିତି ସଭ୍ୟ ତଥା ଜନ ପ୍ରତିନିଧି ମାନେ ଯୋଗଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଉପସ୍ଥିତ ହଜାର ହଜାର ଲୋକଙ୍କୁ ଅବଗତ କରାଇଥିଲେ । ଶୋଭାଯାତ୍ରା ର ନେତୃତ୍ଵ ନେଇ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଚୌଧୁରୀ ଦ୍ବାରିକାନାଥ ଦାସ,ଶଶିଭୂଷଣ ପାତ୍ର,ପ୍ରତାପ କେଶରୀ ନାୟକ, ସୌଭାଗ୍ୟ ଲକ୍ଷ୍ମୀ ଶୁଭଦର୍ଶିନୀ,ସତ୍ୟଭାମା ବେହେରା,ଦିଲ୍ଲୀପ ବଳିୟାର ସିଂହ,ମିର ନାସିର ଅଲ୍ଲୀ,ସୂର୍ଯ୍ୟକାନ୍ତ ଦାସ,ରଞ୍ଜନ ମହାପାତ୍ର,ଅର୍ଜୁନ ସ୍ୱାଇଁ,ଅଭିମନ୍ୟୁ ନାୟକ ପ୍ରମୁଖ ଦଳର ସଂଗଠନକୁ ଅଧିକ ମଜବୁତ୍ କରିବାକୁ ଉପସ୍ଥିତ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ଆଜିର ଅସଂଖ୍ୟ ଜନ ସମାଗମ ସ୍ଥାନୀୟ ନେତୃବୃନ୍ଦ ମାନଙ୍କୁ ଅନେକ ମାତ୍ରାରେ ଉତ୍ସାହିତ କରିବା ସହିତ ଆଶ୍ବସ୍ତି ପ୍ରଦାନ କରିଥିବା ନେଇ ସାଧାରଣ ରେ ଚର୍ଚ୍ଚା ଜୋର୍ ଧରିଛି ।


error: Content is protected !!