ଷ୍ଟ୍ରେଚରରେ ଛଟପଟ ରକ୍ତାକ୍ତ ରୋଗୀ, ଚିକିତ୍ସା କରିବେ କ’ଣ ଜଳଖିଆ ଖାଇବାରେ ବ୍ୟସ୍ତ ଡାକ୍ତର


ଯାଜପୁର ଟାଉନ : ଡାକ୍ତର ନାଟି ଶୁଣିବା ମାତ୍ରକେ ରୋଗୀ ସତେ ଯେମିତି ସୁସ୍ଥ ହୋଇଯାଏ । ଶରୀରର ଭଲ ମନ୍ଦ ସବୁ ତାଙ୍କରୀ ଆଗରେ ବଖାଣି ପକାଏ । ଏ ସମାଜ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ରୂପେ ବିବେଚନା କରେ। ହେଲେ ଆବେଗର ବିଷୟ ରୋଗୀଟି ଯଦି ଡାକ୍ତରଖାନାରେ ଛଟପଟ ହେଉଥିବା ଆଉ ଏଥିରେ ଡାକ୍ତରଙ୍କୁ କିଛି ଫରକ ପଡୁନଥିବ ତେବେ ପରିସ୍ଥିତି କଣ ହେବ ଟିକେ ଚିନ୍ତା କଲେ । ଏମିତି ଏକ ଘଟଣା ଘଟି ଯାଇଛି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ।ଡାକ୍ତରଖାନାରେ ପୁଣି ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଡାକ୍ତରଙ୍କ ଅବହେଳାକୁ ନେଇ ପୁଣି ସାମ୍ନାକୁ ଆସିଛି ଏକ ଭାଇରାଲ୍ ଭିଡିଓ । ଡାକ୍ତରଙ୍କ ହାବଭାବରେ ରୋଗୀ ଓ ତାଙ୍କ ପରିବାର ଲୋକଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି ଭିଡିଓରେ । ଯାହା ଫଳରେ କିଛି ସମୟ ପାଇଁ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।ଭିଡିଓରେ ଦେଖିବାକୁ ମିଳିଛି କେମିତି ରୋଗୀ ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଡାକ୍ତର ଖଟ ଉପରେ ଶୋଇ ଜଳଖିଆ ପୁଡିଆ ଧରି ଖାଉଛନ୍ତି । ରୋଗୀଙ୍କ ସମ୍ପର୍କୀୟ ବିକଳ ହୋଇ ଡାକ୍ତରଙ୍କୁ ଖୋଜୁଥିବାବେଳେ, କିଛି ଶୁଣୁ ନାହାନ୍ତି ଡାକ୍ତର, ସେ ଜଳଖିଆ ଖାଇବାରେ ମଗ୍ନ । ଏମିତି ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା ଯାଜପୁର ମୁଖ୍ୟ ଚିକିତ୍ସାଳୟରେ । ରୋଗୀଙ୍କ ସମ୍ପର୍କୀୟ ଯାହାର ଭିଡିଓ କରିଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।ଭିଡିଓରେ ଦେଖିବାକୁ ମିଳିଛି, ଗୋଟିଏ ପଟେ ଷ୍ଟ୍ରେଚରରେ ରୋଗୀ ଛଟପଟ ହେଉଛନ୍ତି । କଷ୍ଟରେ ଚିତ୍କାର କରୁଛନ୍ତି । ଆଉ ଅନ୍ୟପଟେ କାଯ୍ୟରତ ଡାକ୍ତର ବେଡ଼ରେ ଶୋଇ, ମୋବାଇଲ ଦେଖି ଦେଖି ଜଳଖିଆ ଖାଇବାରେ ବ୍ୟସ୍ତ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବହିର୍ବିଭାଗରେ ଏପରି ଘଟଣାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।ଭିଡିଓରେ ଆହୁରି ଦେଖିବାକୁ ମିଳିଛି କି, ଦୁର୍ଘଟଣାରେ ଶିକାର ହୋଇ ଜଣେ ଯୁବକ ରକ୍ତାକ୍ତ ଅବସ୍ଥାରେ ଷ୍ଟ୍ରେଚରରେ ପଡି ଯନ୍ତ୍ରଣାରେ କଲବଲ ହେଉଛନ୍ତି । ଏତେ କଷ୍ଟ ହେଉଛି ଯେ ସେ ଚିତ୍କାର କରିବାକୁ ଲାଗୁଛନ୍ତି । ସମ୍ପର୍କିୀୟ ଲୋକେ ଯେତେବେଳେ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ଡାକିବାକୁ ଯାଇଛନ୍ତି ସେ ଆସୁନାହାନ୍ତି । ବିଶ୍ରାମ କକ୍ଷରେ ଜଳଖିଆ ଖାଉଛନ୍ତି ବୋଲି କହି କଥାକୁ ଏଡାଇ ଦେଉଛନ୍ତି ।ସୂଚନାଥାଉ କି, ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଅନେକ ସମୟରେ ଡାକ୍ତରଙ୍କ ମନାମାନୀ କରୁଥିବା ରୋଗୀମାନେ ଅଭିଯୋଗ କରି ଆସୁଛନ୍ତି । ଏପରି ସ୍ଥିତିରେ ଏହି ଏହି ଭିଡ଼ିଓ ଭାଇରାଲ୍ ହେବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ କାଯ୍ୟ କରୁଥିବା ଡାକ୍ତର ମାନଙ୍କ ଉପରେ ଏବେ ଏକ ବଡ ପ୍ରଶ୍ନବାଚି ସୃଷ୍ଟି ହୋଇଛି।


error: Content is protected !!