କାନାଡାକୁ ଆଉ ଏକ ଝଟ୍‌କା, ୪୧ କୂଟନୀତିଜ୍ଞଙ୍କୁ କାନାଡା ଫେରାଇ ନେବାକୁ ଭାରତ ଦେଲା ନିର୍ଦ୍ଦେଶ


ଭାରତ-କାନାଡା ତିକ୍ତତା ଦିନକୁ ଦିନ ଉଗ୍ର ହେଉଛି। ଏହାରି ଭିତରେ ଭାରତ କାନାଡାକୁ ନିଜର କୂଟନୈତିକ କର୍ମଚାରୀଙ୍କୁ ଫେରାଇ ନେବାକୁ ନିର୍ଦ୍ଦେଶ ଦେଇଛି। କାନାଡୀୟ ଅଧିକାରୀଙ୍କୁ ଭାରତ କହିିଛି ଯେ କାନାଡାର ୪୧ କୂଟନୀତିଜ୍ଞଙ୍କୁ ତୁରନ୍ତ ଭାରତରୁ ଫେରାଇ ନିଆଯାଉ। ଅକ୍ଟୋବର ୧୦ ସୁଦ୍ଧା କୂଟନୀତିଜ୍ଞମାନଙ୍କୁ ଫେରାଇ ନେବାକୁ ଭାରତ ଓଟାବାକୁ ନିର୍ଦ୍ଦେଶ ଦେଇଛି।ରିପୋର୍ଟ ମୁତାବକ, ଭାରତ ସରକାର ଏ ସମ୍ବନ୍ଧରେ କୌଣସି ବୟାନ ଏ ପର୍ଯ୍ୟନ୍ତ ଜାରି କରି ନାହାନ୍ତି। କାନାଡାର ୬୨ କୂଟନୀତିଜ୍ଞ ଭାରତରେ ଅଛନ୍ତି। ଭାରତ କହିଛି ଯେ ସେମାନଙ୍କ ମଧ୍ୟରୁ ୪୧ ଜଣଙ୍କୁ କାନାଡା ଫେରାଇ ନିଆଯାଉ।


error: Content is protected !!