ବିପୁଳ ପରିମାଣର ବେଆଇନ ମଦ ଜବତ : ଜଣେ ଗିରଫ


ବଡ଼ଚଣା ୬/୧୦( ପ୍ରଦ୍ୟୁମ୍ନ କୁମାର ଓଝା ) – ବେଆଇନ ମଦ ବିକ୍ରି ଅଭିଯୋଗ ରେ ବଡ଼ଚଣା ପୋଲିସ ଆଜି ଜଣକୁ ଗିରଫ କରିଛି । ବଡ଼ଚଣା ଥାନା ଅଧିନସ୍ଥ ବଡ଼ଘୁମୁରୀ ପଞ୍ଚାୟତ ପାଇକେରାପୁର ଗ୍ରାମରେ ବେଆଇନ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଥିଲା । ବଡ଼ଚଣା ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲେ । ଚଢ଼ାଉରେ ଅଭିଯୁକ୍ତ ପ୍ରତାପ ସାହୁଙ୍କ ନିକଟରୁ ୧୮ ଲିଟରରୁ ଉର୍ଦ୍ଧ୍ବ ବିଦେଶୀ ମଦ ସହିତ ନଗଦ ୨୦ ହଜାର ୭୮୦ ଟଙ୍କା ଜବତ କରିଛନ୍ତି ।ଅଭିଯୁକ୍ତ ପ୍ରତାପକୁ ବଡ଼ଚଣା ଥାନା କେଶ ନ 288/23 ରେ ଏକ ମୋକଦ୍ଦମା ରୁଜୁକରି କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଏସ ଆଇ ମିନତୀ ବେହେରା ଓ ଏ ଏସ ଆଇ ତ୍ରିଲୋଚନ ସାମନ୍ତରାଏ ପ୍ରମୁଖ ସାମିଲ ହୋଇଥିଲେ ।


error: Content is protected !!