ବନ୍ୟଜନ୍ତୁ ସୁରକ୍ଷା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ


ନୀଳଗିରି:(ବିମଳ କୁମାର ଦଳେଇ):- ସାରା ବିଶ୍ୱରେ ଚଳିତ ବର୍ଷ ଅକଟୋବର 2ତାରିଖ ରୁ 8ତାରିଖ ପ୍ରଯ୍ୟନ୍ତ ବନ୍ୟଜନ୍ତୁ ସପ୍ତାହ ପାଳନ କରୁଥିବା ବେଳେ ନୀଳଗିରି ଉପଖଣ୍ଡ ଅଧୀନରେ ଥିବା କୁଳିଢିଆ W/l ଫାଉଣ୍ଡେସନ ଓ କୁଳିଢିଆ W/l ରେଞ୍ଜ ମିଳିତ ସହଯୋଗରେ ଔପଦା ବ୍ଲକ ଶ୍ୟାମସୁନ୍ଦର ପୁର ଗ୍ରାମ ପଂଚାୟତର ଖମୁକୁଟ ପାଦ ଦେଶରେ ବସଵାସ କରୁଥିବା ଆଦିବାସୀ ଓ ଜନସାଧାରଣ ମାନଂକୁ ନେଇ ଏକ ବନ୍ୟ ଜନ୍ତୁ ସୁରକ୍ଷା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ କୁଳିଢିଆ ବନବିଭାଗର ରେଞ୍ଜର ପ୍ରଦୀପ କୁମାର ମୁର୍ମୁ,ଫରେଷ୍ଟ ଭାଗ୍ୟଶ୍ରୀ ଦିବେଦୀ,ସ୍ଥାନୀୟ ସରପଞ୍ଚ ପୁରସ୍ତମ ସେଠି,ସହିତ ସମିତିସଭ୍ୟ ଭୋଳାନାଥ ମାଝୀ,କୁଳିଢିଆ W /l ଫାଉଣ୍ଡେସନର ସଭାପତି ମନୋରଞ୍ଜନ ଦାଶ,ସମ୍ପାଦକ ଅସିତ ପ୍ରଧାନ,ସାଂଘଠନିକ ସମ୍ପାଦକ ଅମିତ ବଳିଆର ସିଂଙ୍କ ଶହ ସବୁଜ ବାହିନୀ ଓ ବିଭାଗୀୟ କତୃପକ୍ଷ ଉପସ୍ଥିତ ରହି ଜଙ୍ଗଲ ଓ ଜୀବ ଜନ୍ତୁ ସୁରକ୍ଷା ଉପରେ ବକ୍ତବ୍ୟ ରଖି ଆଲୋଚନା କରିଥିଲେ ଏବଂ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲଷ୍ମୀଧର ସ,ଉଜ୍ୱଳ ଦେବ ଗୋସ୍ୱାମୀ,, ପୂର୍ବତନ ସରପଞ୍ଚ ଲାଲମୋହନ ସିଂ,ୱାର୍ଡସଭ୍ୟ ସୁଭଦ୍ରା ସିଂ,ସ୍ଥାନୀୟ ସମାଜସେବୀ ଦୁଲାରାମ ମାଝୀ,ସନିଆ ମାଝୀ,ଗଜେନ୍ଦ୍ର ସେଠି,ମହେଶ୍ୱର ବେହେରା ପ୍ରମ୍ମୁଖ ସହଯୋଗ କରିଥିଲେ।


error: Content is protected !!