ନିଆଳି ସରାକୋର ଗାଁରେ ଗୋଷ୍ଠୀ ସଂଘର୍ଷ ୨ଗୁରୁତର


ପୁଣି ଅଶାନ୍ତ ହେଲା ନିଆଳି । ପୂର୍ବ ସତୁର୍ତାକୁ କେନ୍ଦ୍ରକରି ନିଆଳି ଥାନା ଅନ୍ତର୍ଗତ ସରାକୋର ଗାଁରେ ଗୋଷ୍ଠୀ ସଂଘର୍ଷ । ସୂଚନା ଅନୁସାରେ.. ଜମିକୁ ବିରି ବୁଣିବାକୁ ଯାଇଥିବା ସମୟରେ ପୂର୍ବ ସତୁର୍ତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠିଙ୍କ ମଧ୍ୟରେ ବଚସା ହୋଇଥିଲା, ଫଳରେ ତେଣ୍ଡା, କୋଦାଳ, ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ପରସ୍ପରକୁ ଆକ୍ରମଣ କରିଥିଲେ । ଯେଉଁଥିରେ 4 ଜଣ ଆହତ ହୋଇଥିବା ବେଳେ 2 ଜଣ ଗୁରୁତର ଆହତ ହୋଇ ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । 2 ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେମାନେ କଟକ ବଡ଼ଡ଼ାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି । ସେପଟେ ଘଟଣାସ୍ଥଳରେ ନିଆଳି ପୋଲିସ ପହଁଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।


error: Content is protected !!