ମାହାଙ୍ଗା କଂଗ୍ରେସର ଭାରତ ଯୋଡ ପଦଯାତ୍ରା


ରବିବାର ସାରା ରାଜ୍ୟରେ ଭାରତ ଯୋଡ ଘରେ ଘରେ ହାତ ଘରେ ଘରେ କଂଗ୍ରେସ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ଏହି ପ୍ରରିପ୍ରେକ୍ଷୀର ମାହାଙ୍ଗା ର ବରିଷ୍ଠ ନେତା ତଥା ପିସିସି ଶୃଙ୍ଖଳା କମିଟି ର ସଦସ୍ୟ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ ଏକ ପଦଯାତ୍ରା ନିଛିନ୍ତକୋଇଲି ର ପଣଶପଡ଼ିଆ ଛକାଠାରୁ ନିଛିନ୍ତକୋଇଲି ବଜାର ପରିକ୍ରମା କରି ବରାଦ, ଜିଗ୍ନୀ ପୁର ଡାହପଡା, କାଜି କାଜି ବଜାର ପାଇକେରା ପୁର ନତକେଇ ଗ୍ରାମପଞ୍ଚାୟତ ପଯ୍ୟନ୍ତ ଦଳର ଭାରତ ଯୋଡ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା l ପ୍ରାରମ୍ଭରେ ପିସିସି ଶୃଙ୍ଖଳା କମିଟି ସଦସ୍ୟ ଦେବେନ୍ଦ୍ର କୁମାର ସାହୁ, ମାହାଙ୍ଗା ବ୍ଲକ କଂଗ୍ରେସ କମିଟିର ସଭାପତି ଅଲେଖ ପ୍ରସାଦ ସ୍ୱାଇଁ, ନିଛିନ୍ତ କୋଇଲି ବ୍ଲକ ସଭାପତି ରମାକାନ୍ତ ବେହେରା, ଆଇନୀଜୀବ ଭାସ୍କର ବେହେରା,ପ୍ରମୋଦ ଭୂୟାଁ,ଚୈତନ୍ୟ ପାଣି, ଉତ୍ତମ ବେହେରା, ପ୍ରଶାନ୍ତ ଖଟୁଆ, ସତ୍ୟଜିତ ସାହୁ, ସେକ ବାଦଲ, ଜିତେନ୍ଦ୍ର ଲେଙ୍କା,ଉତ୍ସବ ପରିଡା,ସୋମନାଥ ଜେନା, ସାରଦା ପ୍ରସନ ଅଚାଯ୍ୟ, ଅସିତ ମହାନ୍ତି,ଅକ୍ଷୟ ସାହୁ, ବସନ୍ତ ମହାରଣା ପ୍ରମୁଖ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟା ଦେଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ l ପିସିସି ଶୃଙ୍ଖଳା କମିଟି ର ସଦସ୍ୟ ଦେବେନ୍ଦ୍ର କୁମାର ସାହୁ ଘରେ ଘରେ କଂଗ୍ରେସ ଘରେ ଘରେ ହାତ ର ମହତ୍ୱ ଉଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ ଏବଂ ପରେ ବଡକ୍ଷୀରି, ବରାଦ, ଜିଗ୍ନୀ ପୁର, ଫୋଗଳ, ରାମକୃଷ୍ଣ ପୁର ପଞ୍ଚାୟତ ଗୁଡିକୁ ପଦଯାତ୍ରାରେ ଯାଇ ସରକାରଙ୍କ ବିଭିନ୍ନ ମନମୁଖୀ ଯୋଜନା ଗୁଡିକୁ ବିରୋଧ କରିବା ସହ ଲୋକଙ୍କୁ ବୁଝାଇ କଂଗ୍ରେସ ର ବିଭିର୍ନ କାଯ୍ୟକ୍ରମ ଉପରେ ସାଧାରଣ ଲୋକଙ୍କୁ ସୂଚନା ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଏହି ପଦଯାତ୍ରାରେ ସଚିନ୍ଦ୍ର ବାରିକ, ଦିଲୀପ ପ୍ରଧାନ, ଅକ୍ଷୟ ମିଶ୍ର, ଶରତବିଭୁ ମହାନ୍ତି ଅଞ୍ଜନ ବଳ, ବିଭୁ ପ୍ରସାଦ ଦାସ , ହରିହର ପ୍ରଧାନ,ରାମଚନ୍ଦ୍ର ମଲ୍ଲିକ, ସୁଧାଂଶୁ ଷଢଙ୍ଗୀ, ନୂର ଆଲାମ ଖାଁ, ସୁକାନ୍ତ କୁମାର ସାହୁ, ଦୀନବନ୍ଧୁ ସାହୁ,ମାନସୀ ମଲ୍ଲିକ, ମଞ୍ଜୁଲତା ଦାସ,କରୁଣାକର ଖଟୁଆ।


error: Content is protected !!