ସ୍କୁଲ ପିଲାଙ୍କ ପାଇଁ ‘ଗୋଟିଏ ଦେଶ-ଗୋଟିଏ ପରିଚୟପତ୍ର’


ଦେଶବାସୀଙ୍କ ପାଇଁ ଯେପରି ସ୍ବତନ୍ତ୍ର ପରିଚୟପତ୍ର(ଆଧାର ନମ୍ବର) ରହିଛି, ଠିକ୍‌ ସେପରି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ପରିଚୟପତ୍ର ରହିବ। ନୂତନ ଜାତୀୟ ଶିକ୍ଷା ନୀତି ଆଧାରରେ ଦେଶର ସମସ୍ତ ଛାତ୍ରଛାତ୍ରୀଙ୍କ ଏଭଳି ବ୍ୟବସ୍ଥା ଆରମ୍ଭ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରିଛି।

★ ଏହାକୁ ଅଟୋମେଟେଡ୍ ପର୍ମାନେଣ୍ଟ ଏକାଡେମିକ୍ ଆକାଉଣ୍ଟ ରେଜିଷ୍ଟ୍ରି(ଅପାର୍/ଏପିଏଆର୍) କୁହାଯିବ। ପ୍ରାକ୍-ପ୍ରାଥମିକଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏହା ଏକ ଭାରତୀୟ ପରିଚୟପତ୍ର ହେବ ଏବଂ ଆଧାର ପରିଚୟପତ୍ର ସହ ସହ ଲିଙ୍କ୍‌ ରହିବ। ଯେଉଁଥିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ସହ ସଫଳତାର ସମ୍ପୂର୍ଣ୍ଣ ହିସାବ ରହିବ। ପ୍ରତ୍ୟେକ ପିଲାଙ୍କ ପିତାମାତା ତଥା ଅଭିଭାବକଙ୍କ ଅନୁମୋଦନ ଏଥିପାଇଁ ନିଶ୍ଚିତ ଭାବେ ନିଆଯିବ।

★ ସୂଚନା ଅନୁଯାୟୀ, ‘ଗୋଟିଏ ଦେଶ-ଗୋଟିଏ ପରିଚୟପତ୍ର’ ଯୋଜନାରେ ଛାତ୍ରଛାତ୍ରୀଙ୍କ ସ୍ବତନ୍ତ୍ର ପରିଚୟପତ୍ର ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଆଧାର କାର୍ଡ ଜରିଆରେ ପିଲାଙ୍କ ନାମ, ଠିକଣା, ଜନ୍ମ ତାରିଖ, ଫଟୋ ସମେତ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରୁଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କଠାରୁ ତଥ୍ୟ ମାଗିବା ଆରମ୍ଭ କରିଛନ୍ତି।


error: Content is protected !!