ବାଣରୁ ନିଆଁ ଲାଗି ଗ୍ୟାସ ଟାଙ୍କି ଫାଟି ଦୁଇ ଗୁରୁତ୍ୱର


ନୀଳଗିରି:(ବିମଳ କୁମାର ଦଳେଇ):- ଗ୍ୟାସ ଟାଙ୍କି ବିସ୍ପୋରଣ।ଦୁଇ ଗୁରୁତ୍ୱର ଥିବା ମିଳିଛି ସୂଚନା,ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି।ବାଲେଶ୍ୱର ଜିଲ୍ଲା ନରସିଂହ ପୁର ପଂଚାୟତ ପୁରୁଣା ଗାଁରେ ଘଟିଛି ଏହି ଅଘଟଣ ଖବର ଅନୁଯାଇ ଘରେ ତିଆରି ସାମଗ୍ରୀ ରହିଥିଲା ଦୁର୍ଭାଗ୍ୟବଶତ,ବାଣରେ ନିଆଁ ଲାଗିଯାଇଥିଲା।ନିଆଁ ଲାଗି ପାଖରେ ଥିବା ସିଲିଣ୍ଡରରେ ମଧ୍ୟ ନିଆଁ ଲାଗିଥିଲା।ଯାହା ଫଳରେ ବିସ୍ପୋରଣ ଘଟି ଦୁଇ ଜଣ ଗୁରୁତର ଥିବା ଜଣାପଡିଛି।ତତକ୍ଷଣାତ ଗୁରତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।ସେପଟେ ବାଣ ବିସ୍ପାରଣ ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା।ଅଗ୍ନିଶମ ବାହିନୀ ଘଟଣାସ୍ଥଳେ ରେ ପହଂଚି ସୂଚନା ମିଳିଛି।ତେବେ ଏହି ଗ୍ୟାସ ବିସ୍ପୋରଣରେ ଗ୍ରାମବାସୀ ଆତଙ୍କିତ ରହିଥିବା ଜଣାପଡିଛି।


error: Content is protected !!