ଆଜି ନବରାତ୍ରି ପୂଜାର ଅଷ୍ଟମ ଦିବସ ଆଜି ଵିଧି ଅନୁସାରେ ମା’ ମହାଗୌରୀଙ୍କର ପୂଜା କରାଯାଇଥାଏ


ମା’ ମହାଗୌରୀ ହେଉଛନ୍ତି ମା’ ପାର୍ବତୀଙ୍କର ସାକ୍ଷାତ ସ୍ୱରୂପିଣୀ l ସେ ହେଉଛନ୍ତି ସୃଷ୍ଟିର ପରା ପ୍ରକୃତି ଓ ପରା ସୃଷ୍ଟି l ଶ୍ୱେତ ବୃଷଭ ବାହନା, ଶ୍ଵେତାମ୍ବରା, ଶ୍ୱେତ ଗିରୀଶୃଙ୍ଗ ବେଷ୍ଟିତ କୈଳାଶ ଗିରି ନିବାସିନୀ l ଶୁମ୍ଭ ନିଶୁମ୍ଭଙ୍କୁ ବଧ କରିସାରି ଦେବୀ କୌଶିକୀ ରୂପରେ ମାନସରୋବରରେ ହେମ ଗୌରୀ ରୂପ ଧାରଣ କରି ପ୍ରକଟ ହୋଇଥିଲେ l ଦେବୀ ଅସୁର ସଂହାର କରି ଧରା ପୃଷ୍ଠରୁ ପାପ ଭାର ହରଣ କରିଥିଲେ lମା’ ମହାଗୌରୀଙ୍କର ପ୍ରାର୍ଥନାରେ ଦେବୀ ଭାଗବତ ଓ ମାର୍କଣ୍ଡେୟ ପୁରାଣ ଶତମୁଖ l ଋଷି ମେଧା ମା’ଙ୍କର ଧରାବକ୍ଷରେ ଉପାସନାର ଆଦ୍ୟ ପ୍ରବର୍ତ୍ତକ l ମା’ ଶରଣାଗତ ଦିନାର୍ତ୍ତ ଶତ୍ରୁସଂହାର କାରିଣୀ lମା’ ମହାଗୌରୀଙ୍କର ପ୍ରମୁଖ କେତେକ ମନ୍ଦିର ହେଲା -ଉତ୍ତରାଖଣ୍ଡ ପିଥୋରଗଡ଼ଠାରେ ଉତ୍ତର ପ୍ରଦେଶ ମଥୁରାଠାରେ ଆରବାଳୀର ମାତୃପୀଠରେ କଲିକତା ଦକ୍ଷିଣ କାଳୀ ମନ୍ଦିର ପରିସରରେ ଯାହାକି ଭାରତ ବିଖ୍ୟାତ lଜୟ ମା’ ମହାଗୌରୀ lଜୟ ଶ୍ରୀ ଜଗନ୍ନାଥ lଓମ ନମୋ ଭଗବତେ ବାସୁଦେବାୟ l


error: Content is protected !!