ପବିତ୍ର କୁମାର ପୂର୍ଣ୍ଣିମା


ଆଜି ପବିତ୍ର କୁମାର ପୂର୍ଣ୍ଣିମା। ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ କୁମାରୀ କନ୍ୟାମାନଙ୍କର ପର୍ବ ରୂପେ ବିବେଚନା କରାଯାଏ। କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସହ ଚନ୍ଦ୍ର ପୂଜା ମଧ୍ୟ କରିଥାନ୍ତି। ଆଉ ପୂର୍ଣ୍ଣିମାରେ ଏଥର ଚନ୍ଦ୍ରଗ୍ରହଣ ବି ଲାଗୁଛି। ରାତି ୧ଟା ୦୫ମି ୨୩ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ। ରାତି ୧ଟା ୪୪ମି. ୦୩ ସେକେଣ୍ଡରେ ମଧ୍ୟାନ୍ତର ହୋଇ ରାତି ୨ଟା ୨୨ମିନିଟ୍ ୩୮ ସେକେଣ୍ଡରେ ସର୍ବମୋକ୍ଷ ହେବ। ଗ୍ରହଣର ଅବଧି ରହିବ ମୋଟ୍ ୧ ଘଣ୍ଟା ୧୯ ମିନିଟ୍। ତେଣୁ ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ପାକ ନିଷେଧ କରାଯାଇଛି।


error: Content is protected !!