ନବରଙ୍ଗପୁର:(ନିର୍ମଳ ବିଷୋୟୀ):- ଆମ ଓଡ଼ିଶା ନବୀନ ଓଡ଼ିଶାକୁ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ।କେନ୍ଦ୍ର ଜଳ ସମ୍ପଦ ଓ ଜନଜାତି ବ୍ୟାପର ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଙ୍କ ନବରଙ୍ଗପୁର ଜିଲ୍ଲାର ମୈଦଲପୁର ଗସ୍ତ।ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଆସି କହିଛନ୍ତି।କି ଫଳ ହବ ଆଲୁଟା ହବ 23 ବର୍ଷ ରେ କିଛି ହେଇ ପାରିଲାନି ସେ ନବୀନ ଓଡିଶା ଆଉ କି ଓଡିଶା କରୁନାହାନ୍ତି ସେ ଓଡିଶାର ମାନ ଚିତ୍ର ତାଙ୍କ ର ଆଇଡିଆ ଅଛି 30ଟା ଜିଲ୍ଲା ର ନା କହିପାରିବ ଆଉ ଯଦି ସେତିକି ସେ ଜାଣି ପାରନ୍ତେ ତାହେଲେ ସେ ପାଣ୍ଡିଆନ କୁ କାହିଁକି ହେଲିକେପଟର ରେ ବୁଲନ୍ତେ।ଗାଁ କୁ ତ ରାସ୍ତା ନାହିଁ ପୁଣି ଲକ୍ଷ୍ମୀ ବସ ଯୋଜନା।ନିର୍ବାଚନ ପାଖେଇ ଆସିଲେ ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ ବିଭିନ୍ନ ଯୋଜନା କରାଯାଉଛି।କିନ୍ତୁ ଲୋକ ସବୁ ବୁଝି ସାରିଲେଣି।ଆମ ଓଡ଼ିଶା-ନବୀନ ଓଡ଼ିଶା କୁ ନେଇ କଟାକ୍ଷ କଲେ କେନ୍ଦ୍ର ଜଳ ସମ୍ପଦ ଓ ଜନଜାତି ବ୍ୟାପର ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ।ଓଡ଼ିଶା ମାନଚିତ୍ରର ଉପରେ ଯାହାର ଧାରଣା ନାହିଁ।ଓଡ଼ିଶା ର 30 ଗୋଟି ଜିଲ୍ଲାର ନାଁ ଯିଏ ଜାଣି ନାହାନ୍ତି।ଲୋକଙ୍କୁ ବୋକା ବନାଉଛନ୍ତି ନବୀନ ବାବୁ ଲକ୍ଷ୍ମୀ ବସ୍ ଭଳି ଯୋଜନା ଆଣିଲେ କଣ ହେବ ଆମ ରାସ୍ତା ତ ଠିକ୍ ନୁହଁ କିଛି ଏଭଳି କହି ରାଜ୍ୟ ସରକାରଙ୍କ ଉପରେ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ।କେନ୍ଦ୍ର ସରକାରଙ୍କ ଧ୍ବଜାଧାରୀ ଯୋଜନା ହର ଘର ଜଲ ଯୋଜନା ଏକ ଲୋକଆଭିମୁଖୀ ଯୋଜନା ହୋଇଥିବା ବେଳେ ରାଜ୍ୟ ସରକାର ଅସହିଷ୍ଣୁ ମନୋଭାବ ନେଇ କାର୍ଯ୍ୟ କରି ଲୋକ ଙ୍କ ନିକଟରେ ଏହାର ସୁଫଳ ପହଁଚାଉ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ।ତେବେ ଏହି ଯୋଜନା କିପରି ଲୋକଙ୍କ ନିକଟରେ ତୃଣ ମୂଳ ସ୍ତର ରେ ପହଂଚିବ ସେ ନେଇ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି।ଜନଜାତି ଙ୍କ ବିକାଶ ପାଇଁ କେବକ ମୋଦୀ ସରକାର ହିଁ ପ୍ରୟାସ କରିଛନ୍ତି ଓ ଜନଜାତି ଗୌରବ ଦିବସ ର ଶୁଭଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ନବରଙ୍ଗପୁର ଜିଲ୍ଲା ଗସ୍ତ ରେ ଆସି ଫେରିଯାଇଛନ୍ତି। ନବରଙ୍ଗପୁର ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କ ବଡ଼ ଝିଅ , ପରିଣୀତି ମାଝୀଙ୍କର ଗତ 24 ତାରିଖରେ ଦେହାନ୍ତ ହୋଇଥିଲା । ମନ୍ତ୍ରୀ ଶ୍ରୀ ଟୁଡୁ ଆଜି ସନ୍ଧ୍ୟାରେ ନବରଙ୍ଗପୁର ପହଞ୍ଚିବା ପରେ ମୈଦଲପୁର ତୁରୁଞ୍ଜିଗୁଡା ଗାଁ ସ୍ଥିତ ତାଙ୍କ ବାସଭବନକୁ ଯାଇ ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କୁ ବ୍ୟକ୍ତିଗତ ଭାବେ ସମବେଦନା ଜଣାଇ ଥିଲେ । ଏହି ଅବସରରେ ରେ ମନ୍ତ୍ରୀ ଶ୍ରୀ ଟୁଡୁ, ଓ ରାଜ୍ୟ ବିଜେପି କାର୍ଯ୍ୟକାରୀଣି ସଦସ୍ୟ ଗୌରୀ ଶଙ୍କର ମାଝୀ, ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ, ଡାବୁଗାଁ ବିଧାନସଭା ସଂଯୋଜକ ତ୍ରିନାଥ ଅମାନାତ୍ୟ, ଏବଂ ଦଳୀୟ କର୍ମକର୍ତା ଙ୍କ ସହ କିଛି ସମୟ ପାଇଁ ଆଲୋଚନା କରିଥିଲେ।ଲୋକ ଜାଣି ସାରିଲେଣି 2024 ରେ ବିଜେପି ସରକାର କରିବ ବୋଲି କହିଥିଲେ।
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ
ପୋଲ ଉପରେ ୨ ଫୁଟର ପାଣି