ଲାଞ୍ଜିଗଡ଼ ପିଭିଟିଜି ବାଳକ ଆଶ୍ରମ ବିଦ୍ୟାଳୟରେ
ସହଭାଗୀ ଭାବେ ଅଭିଭାବକ କାର୍ଯ୍ୟକ୍ରମ |
ଲାଞ୍ଜିଗଡ଼,୧୫/୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ ପିଭିଟିଜି ବାଳକ ଆଶ୍ରମ ବିଦ୍ୟାଳୟ ପରିସର ଠାରେ ଆଦିବାସୀ ସମାଜର ଗର୍ବ ଓ ଗୌରବ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସାମୁଣ୍ଡାଙ୍କ ୧୫୨ ତମ ଜନ୍ମ ଜୟନ୍ତୀ ଅବସରରେ ଜନଜାତୀୟ ଗୌରବ ଦିବସ ସହଭାଗୀ ଭାବେ ଅଭିଭାବକ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି I ସ୍କୁଲର ପ୍ରଧାନ ଶିକ୍ଷକ ହରି ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାଏକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ସିଆରସିସି ଜଳନ୍ଧର ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଘାସିରାମ ମାଝୀ ,ସ୍କୂଲ ପରିଚାଳନା କମିଟି ସଭାପତି ପୁଙ୍ଗୁରି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ I ଅତିଥି ମାନଙ୍କ ଦ୍ୱାରା ସରସ୍ବତୀ ମୂର୍ତ୍ତି ଏବଂବିର୍ସା ମୁଣ୍ଡI ଫୋଟୋରେ ପୁଷ୍ପମାଲ୍ୟ ଦେଇ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା। ଏହି ସମ୍ମିଳନୀରେ ଛାତ୍ର ମାନେ କିପରି ରହୁଛନ୍ତି , କିପରି ଗୁଣାତ୍ମକ ମାନର ଖାଦ୍ୟ ଖାଉଛନ୍ତି ଏବଂ ସେମାନଙ୍କ ପାଠପଢା କିପରି ଚାଲିଛି ଏହି ବିଷୟରେ ଆଲୋଚନା ହୋଇଥିଲା I ଏହି ଅବସରରେ ବିଦ୍ୟାଳୟର ଛାତ୍ର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା I ଛାତ୍ର ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଥିବା ବେଳେ ଅତିଥିମାନଙ୍କ ଦ୍ୱାରା ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ପଦ୍ମନ ମାଝୀ, ଚିତ୍ର ମାଝୀ,ତିର୍ଥ ଭୋଇ, ପ୍ରବୀଣ କୁମାର ଛତ୍ରିଆ ଓ ଗଣେଶ ବାଗ ପ୍ରମୁଖ ସହଯୋଗ କରିଥିଲେ I
